ଇଂରାଜୀରେ ଉପନ୍ୟାସ ଲେଖି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ
ରାଉରକେଲା ସେକ୍ଟର-4ର ଅଷ୍ଟମ ଶ୍ରେଣୀ ଛାତ୍ରୀ ଅନନ୍ଦିତା ଆଚାର୍ଯ୍ୟ ଇଂରାଜୀ ଭାଷାରେ ଉପନ୍ୟାସ ଲେଖି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ ସ୍ଥାନ ପାଇଛନ୍ତି। ତେବେ ସେ କରିଥିବା ରେକର୍ଡକୁ ନେଇ ଯେତିକି ଚର୍ଚ୍ଚା, ତାଠୁ ଅଧିକ ଚର୍ଚ୍ଚା ତାଙ୍କ ରଚିତ ଉପନ୍ୟାସର ନାଁ। ଅନନ୍ଦିତା ରଚନା କରିଥିବା ଉପନ୍ୟାସର ନାଁ ହେଉଛି 'ମାୟାଭବନ ଡିମାଣ୍ଡ ଜଷ୍ଟିସ'। ଯେଉଁଥିରେ ମୁଖ୍ୟ ଚରିତ୍ର ହେଉଛନ୍ତି ମହିଳା।
ଏହି ବିରଳ ରେକର୍ଡ କରିବାରେ ଅନନ୍ଦିତା ରାଜ୍ୟରେ ପ୍ରଥମ ନାବାଳିକା। ପୁରୁଷ କୈନ୍ଦ୍ରିକ ସମାଜରେ ଏଭଳି ଉପନ୍ୟାସ ଲେଖି ଏବେ ଅନନ୍ଦିତା ସମସ୍ତଙ୍କୁ ଚକିତ କରିଛନ୍ତି। ତେବେ ଆଗକୁ ମଧ୍ୟ ଏମିତି ବିଶ୍ୱ ଦରବାରରେ ଓଡ଼ିଶା ଓ ରାଉରକେଲା ସହରର ନାଁ ରଖିବାକୁ ଚେଷ୍ଟା କରିବେ ବୋଲି ଅନନ୍ଦିତା କହିଛନ୍ତି।
Powered by Froala Editor