ରବି ଫସଲର MSP ବଢିଲା, କୁସୁମ ପାଇଁ ସର୍ବାଧିକ ବୃଦ୍ଧି
କେନ୍ଦ୍ର କ୍ୟାବିନେଟ ବୈଠକରେ ୨୦୨୭-୨୮ ପାଇଁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (MSP) ସ୍ଥିର କରାଯାଇଛି । ସରକାର ଗହମ, ଯବ, ଚଣା, ସୋରିଷ, କୁସୁମ ଏବଂ ଲଙ୍କାର MSP ବୃଦ୍ଧି କରିଛନ୍ତି। ଗହମର MSP ପ୍ରତି କ୍ୱିଣ୍ଟାଲ ୨୬୧୦ ଟଙ୍କା, ଚଣା ୫୯୨୮ ଟଙ୍କା, ଯବ ୨୨୮୬ ଟଙ୍କା, ମସୁର ୭୩୯୦ ଟଙ୍କା, ସୋରିଷ ୬୬୧୩ ଟଙ୍କା ଏବଂ କୁସୁମ ୭୨୧୫ ଟଙ୍କା ସ୍ଥିର କରାଯାଇଛି ।
କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,"ସମଗ୍ର ଭାରତୀୟ ହାରାହାରି ଉତ୍ପାଦନ ଖର୍ଚ୍ଚ ଉପରେ ଆନୁମାନିକ ମାର୍ଜିନ୍ ଗହମ ପାଇଁ ୧୦୬ ପ୍ରତିଶତ, ରେପସିଡ୍ ଏବଂ ସୋରିଷ ପାଇଁ ୯୬ ପ୍ରତିଶତ, ମସୁର ପାଇଁ ୯୨ ପ୍ରତିଶତ, ଚଣା ପାଇଁ ୫୯ ପ୍ରତିଶତ, ଯବ ପାଇଁ ୫୮ ପ୍ରତିଶତ ଏବଂ କୁସୁମ ପାଇଁ ୫୦ ପ୍ରତିଶତ । ରବି ଫସଲ ପାଇଁ MSPରେ ଏହି ବୃଦ୍ଧି ଚାଷୀଙ୍କ ପାଇଁ ଉତ୍ତମ ମୂଲ୍ୟ ସୁନିଶ୍ଚିତ କରିବ ଏବଂ ଫସଲ ବିବିଧତାକୁ ପ୍ରୋତ୍ସାହିତ କରିବ ।"
କୁସୁମ ପାଇଁ MSPରେ ସର୍ବାଧିକ ବୃଦ୍ଧି ପ୍ରତି କ୍ୱିଣ୍ଟାଲ ୬୭୫ ଟଙ୍କା କରାଯାଇଛି । ଏହା ପରେ ରେପସିଡ୍ ଏବଂ ସୋରିଷ ପାଇଁ ପ୍ରତି କ୍ୱିଣ୍ଟାଲ ୪୧୩ ଟଙ୍କା ବୃଦ୍ଧି କରାଯାଇଛି। ଲଙ୍କାର କ୍ୱିଣ୍ଟାଲ ୩୯୦ ଟଙ୍କା, ଚଣା ୫୯୨୮ ଟଙ୍କା, ଯବ ୨୨୮୬ ଟଙ୍କା ସ୍ଥିର କରାଯାଇଛି । ଯବ ପାଇଁ କ୍ୱିଣ୍ଟାଲ ପିଛା ୧୩୬ ଟଙ୍କା, ଚଣା ପାଇଁ କ୍ୱିଣ୍ଟାଲ ପିଛା ୮୩ ଟଙ୍କା ଏବଂ ଗହମ ପାଇଁ ୨୫ ଟଙ୍କା ସ୍ଥିର କରାଯାଇଛି।
ଅଶ୍ୱିନୀ ବୈଷ୍ଣବ କହିଛନ୍ତି,"ଗହମ ଚାଷୀ ମାନଙ୍କୁ ଦିଆଯାଇଥିବା MSP ପରିମାଣ ୨୦୧୪-୧୫ ରୁ ୨୦୨୫-୨୬ ପର୍ଯ୍ୟନ୍ତ ୭.୩୧ ଲକ୍ଷ କୋଟିକୁ ବୃଦ୍ଧି ପାଇଛି, ଯାହା ୨୦୦୪-୦୫ ରୁ ୨୦୧୩-୧୪ ପର୍ଯ୍ୟନ୍ତ ୨.୫୬ ଲକ୍ଷ କୋଟି ଥିଲା ।
Powered by Froala Editor