୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍ ଜବତ, ୫ ପାକିସ୍ତାନୀ ଗିରଫ
ମୁମ୍ବାଇ: ଆରବ ସାଗରରେ ଏକ ବଡ଼ ଧରଣର ନାର୍କୋଟିକ୍ସ-ବିରୋଧୀ ଅଭିଯାନ ଚଳାଇ ଭାରତୀୟ ତଟସୁରକ୍ଷା ବାହିନୀ (କୋଷ୍ଟଗାର୍ଡ) ଏବଂ ଗୁଜରାଟ ଏଟିଏସ (ATS)ର ଯୌଥ ଟିମ୍କୁ ବଡ଼ ସଫଳତା ମିଳିଛି। ଲକ୍ଷଦ୍ୱୀପର ପଶ୍ଚିମ ଆରବ ସାଗର ମଧ୍ୟରେ ଏକ ଇରାନୀ ଡଙ୍ଗାକୁ ଅଟକାଇ ପ୍ରାୟ ୩,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍ (Methamphetamine) ଜବତ କରାଯାଇଛି। ଏହି ସଂକ୍ରାନ୍ତରେ ୫ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ ଯେ, ଏକ ବିଶେଷ ଗୁପ୍ତ ସୂଚନା ଆଧାରରେ ଗତ ସେପ୍ଟେମ୍ବର ୨୫ ତାରିଖରେ ଏହି ଅପରେସନ ଆରମ୍ଭ କରାଯାଇଥିଲା। କୋଷ୍ଟଗାର୍ଡ କର୍ମଚାରୀମାନେ ଜଳ ଓ ଆକାଶ ମାର୍ଗରୁ ସନ୍ଦିଗ୍ଧ ଜାହାଜ ଉପରେ କଡ଼ା ନଜର ରଖିବା ପରେ ତାକୁ ଗୋଡ଼ାଇ ଅଧିକାରକୁ ନେଇଥିଲେ।
ଜବତ କରାଯାଇଥିବା ଡଙ୍ଗା, ସମସ୍ତ କର୍ମଚାରୀ ଏବଂ ନିଷିଦ୍ଧ ନିଶାଦ୍ରବ୍ୟକୁ ସଶସ୍ତ୍ର ସୁରକ୍ଷା ବଳୟ ମଧ୍ୟରେ ମୁମ୍ବାଇ ଅଣାଯାଇଛି। ସେଠାରେ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଦ୍ୱାରା ମିଳିତ ପଚରାଉଚୁରା ଏବଂ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
Powered by Froala Editor