ଟପ୍-୧୦ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଗୋଲ୍ଡି ବ୍ରାର ସାମିଲ
ଆମେରିକରୟ ତଦନ୍ତ ସଂସ୍ଥା ‘ଫେଡେରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ଏଫ୍ବିଆଇ)’ ଆନୁଷ୍ଠାନିକ ଭାବରେ ଗ୍ୟାଙ୍ଗଷ୍ଟର୍ ଗୋଲ୍ଡି ବ୍ରାର (ସତୀନ୍ଦରଜିତ୍ ସିଂହ)କୁ ଶୀର୍ଷ ୧୦ କୁଖ୍ୟାତ ପଳାତକ ତାଲିକାରେ ସାମିଲ କରିଛି। ସତିନ୍ଦରଜିତ ସିଂହ ଓରଫ ଗୋଲ୍ଡି ବ୍ରାରକୁ ଧରାଇବାରେ ସହାୟକ ସୂଚନା ପାଇଁ FBI ପକ୍ଷରୁ ୧ ନିୟୁତ ଡଲାର୍ ପର୍ଯ୍ୟନ୍ତ ପୁରସ୍କାର ଘୋଷଣା କରାଯାଇଛି। ସତିନ୍ଦରଜିତ ସିଂହ ଓରଫ ଗୋଲ୍ଡିକୁ ଧରାଇବାରେ ସହାୟକ ସୂଚନା ପାଇଁ FBI ପକ୍ଷରୁ ୧ ନିୟୁତ ଡଲାର୍ ପର୍ଯ୍ୟନ୍ତ ପୁରସ୍କାର ଘୋଷଣା କରାଯାଇଛି। FBIର ଅଧିକାରୀମାନଙ୍କ ଅନୁସାରେ ବ୍ରାର ବର୍ତ୍ତମାନ ଆମେରିକାରେ ଥିବା ଅନୁମାନ କରାଯାଉଛି। ଏଫବିଆଇର ଲସ୍ ଆଞ୍ଜେଲସ୍ କ୍ଷେତ୍ର କାର୍ଯ୍ୟାଳୟ ମଙ୍ଗଳବାର ସକାଳେ ଏହି ଘୋଷଣା କରିଛି।
FBIର ଅଭିଯୋଗ ଅନୁସାରେ, ବ୍ରାର ଲରେନ୍ସ ବିଷ୍ଣୋଇ ଅର୍ଗାନାଇଜ୍ଡ କ୍ରାଇମ୍ ଗ୍ରୁପ୍ର ଉତ୍ତର ଆମେରିକାରେ ଜଣେ ନେତା ଭାବେ କାମ କରୁଥିଲା। ଏହି ଗ୍ରୁପ୍ ବିରୋଧରେ ଆମେରିକା, କାନାଡା ଓ ଅନ୍ୟାନ୍ୟ ସ୍ଥାନରେ ହିଂସା, ହତ୍ୟା, ଗୁଳିକାଣ୍ଡ, ଅପହରଣ, ଚାନ୍ଦା ଆଦାୟ ଏବଂ ନିଶାଦ୍ରବ୍ୟ ଓ ଅସ୍ତ୍ର ଚୋରାଚାଲାଣ ଭଳି ଅଭିଯୋଗ ରହିଛି। ତେବେ ଏସବୁ ଅଭିଯୋଗ ଅଦାଲତରେ ପ୍ରମାଣିତ ହେବା ବାକି ଅଛି।
ଗୋଲ୍ଡି ବ୍ରାର ଆମେରିକାରେ ଅନେକ ଫେଡେରାଲ୍ ଅଭିଯୋଗର ସମ୍ମୁଖୀନ ହେଉଛନ୍ତି। ୨୦୨୬ ଜୁଲାଇ ୭ରେ ଆମେରିକାର ନ୍ୟାୟ ବିଭାଗ ଏହି ଅପରେସନ୍ର ଫଳାଫଳ ଘୋଷଣା କରିଥିଲା। ଭାରତ ସହ ସମ୍ପର୍କ ଥିବା ତିନିଟି ଟ୍ରାନ୍ସନ୍ୟାସନାଲ୍ ଅର୍ଗାନାଇଜ୍ଡ କ୍ରାଇମ୍ ଗ୍ରୁପ୍ ବିରୋଧରେ ଏହି ଅଭିଯାନ ଚାଲିଥିଲା। ଏଥିରେ ରାକେଟିୟରିଂ, ଟାର୍ଗେଟେଡ୍ କିଲିଂ, ଗୁଳିକାଣ୍ଡ, ଚାନ୍ଦା ଆଦାୟ ଏବଂ ଅନ୍ତର୍ଜାତୀୟ ନିଶାଦ୍ରବ୍ୟ ଚୋରାଚାଲାଣ ଭଳି ଅପରାଧର ଅଭିଯୋଗ ରହିଛି।
Powered by Froala Editor