ଦିଲ୍ଲୀରେ ଗମ୍ଭୀର ବର୍ଗରେ ପହଞ୍ଚିଛି ଏୟାର କ୍ୱାଲିଟି ଇଣ୍ଡେକ୍ସ
ନୂଆଦିଲ୍ଲୀ: ଦୀପାବଳି ପରେ ଦିଲ୍ଲୀରେ ବାୟୁର ଗୁଣବତ୍ତା ଆହୁରି ଖରାପ ହୋଇଯାଇଛି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ‘ଏୟାର କ୍ୱାଲିଟି ଇଣ୍ଡେକ୍ସ’ (AQI) ‘ଗମ୍ଭୀର’ (severe) ବର୍ଗରେ ପହଞ୍ଚିଛି।
କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ର ତଥ୍ୟ ଅନୁଯାୟୀ, ଭୋର ପ୍ରାୟ ୪ଟା ସମୟରେ ସୋନିଆ ବିହାର ମନିଟରିଂ ଷ୍ଟେସନରେ AQI ୪୬୩ ଏବଂ ITO ମନିଟରିଂ ଷ୍ଟେଶନରେ ୪୦୬ ରେକର୍ଡ କରାଯାଇଥିଲା, ଯାହା ଉଭୟ ‘ଗମ୍ଭୀର’ ବର୍ଗ ଅନ୍ତର୍ଭୁକ୍ତ। ଏଥିସହିତ, ଇନ୍ଦ୍ରଲୋକ ସମେତ ବିଭିନ୍ନ ଅଞ୍ଚଳରେ ଧୂଆଁ ଓ କୁହୁଡ଼ିର ଏକ ଘନ ଆସ୍ତରଣ ଛାଇ ହୋଇଯାଇଥିଲା, ଯାହା ଯୋଗୁ ଦୃଶ୍ୟମାନତା ବହୁତ ମାତ୍ରାରେ ହ୍ରାସ ପାଇଥିଲା।
Powered by Froala Editor