ରୋଗ ସହ ଯୁଝୁଛନ୍ତି ପୂର୍ବତନ କ୍ରିକେଟର୍ ବିନୋଦ କାମ୍ବଲି
ରୋଗ ସହ ଯୁଝୁଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍ ୫୪ ବର୍ଷୀୟ ବିନୋଦ କାମ୍ବଲି। ଏବେ ଥାନେର ଏକ ବୃଦ୍ଧାଶ୍ରମ ନିଦାନ ସେଣ୍ଟର ଫର୍ ଏଲ୍ଡର୍ଲି କେୟାରରେ ରହି ଚିକିତ୍ସା ନେଉଛନ୍ତି । କଥା କହିବାକୁ ମଧ୍ୟ ତାଙ୍କ ପକ୍ଷେ କଷ୍ଟ ହେଉଛି। ତେବେ ହସ୍ପିଟାଲ ଭିତରୁ ସେ ଫ୍ୟାନ ମାନଙ୍କ ନେଇ ଏକ ଭିଡିଓ ଜାରି କରିଛନ୍ତି। ଯେଉଁଥିରେ ସେ ଥଙ୍ଗେଇ ଥଙ୍ଗେଇ କଥା କହୁଥିବାର ଦେଖାଦେଇଛି। ତଥାପି ସେ ସୁସ୍ଥ ହେଉଥିବା ନେଇ ନିଜ ଫ୍ୟାନ୍ମାନଙ୍କୁ ଆଶ୍ୱାସନା ଦେଇଛନ୍ତି।
ଗତ କିଛି ବର୍ଷ ଧରି କାମ୍ବଲିଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ରହିଆସିଛି। ୨୦୧୩ରେ ତାଙ୍କର ହାର୍ଟ ଆଟାକ୍ ହୋଇଥିଲା ଏବଂ ପରେ ଧମନୀରେ ବ୍ଲକେଜ୍ ପାଇଁ ଆଞ୍ଜିଓପ୍ଲାଷ୍ଟି ହୋଇଥିଲା। ୨୦୨୪ ଡିସେମ୍ବରରେ ୟୁରିନାରୀ ଇନ୍ଫେକ୍ସନ୍, ଜ୍ୱର, ମୁଣ୍ଡ ବୁଲା ଓ ମାଂସପେଶୀରେ କ୍ରାମ୍ପ୍ ପରେ ସେ ଥାନେର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପରୀକ୍ଷାରେ ମସ୍ତିଷ୍କରେ ରକ୍ତ ଜମା ଥିବା ଜଣାପଡ଼ିଥିଲା। ପ୍ରାୟ ଦୁଇ ସପ୍ତାହ ପରେ ସେ ଡିସ୍ଚାର୍ଜ ହୋଇଥିଲେ। ଆଉ ଏବେ ପୁଣିଥରେ ହସ୍ପିଟାଲରେ ଆଡମିଟ୍ ହୋଇଛନ୍ତି ।
ସ୍ପିଟାଲ ଭିତରୁ ସେ ଫ୍ୟାନ ମାନଙ୍କ ନେଇ ଏକ ଭିଡିଓ ଜାରି କରିଛନ୍ତି। ଯେଉଁଥିରେ ସେ କେୟାର ସେଣ୍ଟରର ଚିକିତ୍ସା, ପରିବେଶ ଓ କର୍ମଚାରୀଙ୍କୁ ଯତ୍ନ ନେବା ପାଇଁ ପ୍ରଶଂସା କରିଛନ୍ତି। କାମ୍ବଲି କହିଛନ୍ତି, ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି ଏବଂ ସେଠାରେ ତାଙ୍କୁ ଭଲପାଇବା ଓ ସମ୍ମାନ ମିଳୁଛି।
Powered by Froala Editor