ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ: ଷଷ୍ଠ ଶ୍ରେଣୀ ପିଲାଙ୍କୁ ବାଧ୍ୟତାମୂଳକ ତ୍ରିଭାଷା ଶିକ୍ଷା ନୀତିରୁ ବାଦ୍ ଦିଆଯାଉ
ନୂଆଦିଲ୍ଲୀ : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ)ର ତ୍ରିଭାଷା ନୀତିକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶରେ ଷଷ୍ଠ ଶ୍ରେଣୀ ପିଲାଙ୍କୁ ବାଧ୍ୟତାମୂଳକ ତ୍ରିଭାଷା ଶିକ୍ଷା ନୀତିରୁ ବାଦ୍ ଦେବାକୁ କୁହାଯାଇଛି। ସପ୍ତମ ଶ୍ରେଣୀ ପିଲାଙ୍କୁ ଚଳିତବର୍ଷ ପାଇଁ ତ୍ରିଭାଷା ଶିକ୍ଷା ନୀତିରୁ ଯେପରି ଆଶ୍ବସ୍ତି ଦିଆଯାଇଛି ଅନୁରୂପ ଆଶ୍ବସ୍ତି ଷଷ୍ଠ ଶ୍ରେଣୀ ପିଲାଙ୍କୁ ପ୍ରଦାନ କରିବାକୁ କୁହାଯାଇଛି। ସିବିଏସ୍ଇର ତ୍ରିଭାଷା ଶିକ୍ଷା ନୀତିକୁ ନେଇ ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେମାନେ ଅଭିଯୋଗ କରିଥିଲେ ଭାଷା ଶିକ୍ଷା ନୀତିରେ ହଠାତ୍ ପରିବର୍ତ୍ତନ ଦ୍ବାରା ପିଲାମାନଙ୍କ ଉପରେ ଚାପ ପଡୁଛି। ଏହା ସହିତ ଶିକ୍ଷା ଗ୍ରହଣ କରିବା ପାଇଁ ପିଲାଙ୍କ ପାଖରେ ପାଠ୍ୟପୁସ୍ତକ ଅଭାବ ରହିଛି। ପୂର୍ବରୁ ସପ୍ତମ, ଅଷ୍ଟମ ଓ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଏହି ନୀତିରେ ରିଆତି ଦିଆଯାଇଥିଲା। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ, ବିଚାରପତି ଜୟମାଲ୍ୟ ବାଗ୍ଚୀ ଓ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ବର୍ତ୍ତମାନର ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସେହି ସମାନ ସୁବିଧା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor