ମହିଳାଙ୍କ ଗଳା କାଟି ୯ ଖଣ୍ଡ କରି କେନାଲକୁ ଫିଙ୍ଗିଲା
ଆନ୍ଧ୍ରପ୍ରଦେଶର ବିଜୟୱାଡ଼ା ଜିଲ୍ଲାରୁ ଏକ ବୀଭତ୍ସ ଓ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଟଙ୍କା ପଇସା ବିବାଦକୁ କେନ୍ଦ୍ର କରି ଜଣେ ମହିଳାଙ୍କ ଗଳା କାଟି ହତ୍ୟା କରିବା ସହ ତାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କେନାଲରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି।
ମୃତ ମହିଳାଙ୍କୁ କଲ୍ୟାଣୀ ଭାବେ ଚିହ୍ନଟ କରାଯାଇଛି। ଇବ୍ରାହିମପଟ୍ଟନମରୁ ମିଳିଥିବା ଅଜଣା ମୃତଦେହ ସମ୍ପର୍କିତ ସୂଚନା ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ତାଙ୍କ ସମ୍ପର୍କୀୟମାନେ ହାତରେ ଥିବା ଏକ ଟାଟୁ ଦେଖି ମୃତଦେହକୁ ଚିହ୍ନଟ କରିଥିଲେ। ପରେ ସେମାନେ ପୋଲିସକୁ ଯୋଗାଯୋଗ କରିବାରୁ କଲ୍ୟାଣୀଙ୍କ ପରିଚୟ ସ୍ପଷ୍ଟ ହୋଇଥିଲା।
ତଦନ୍ତ ବେଳେ ପୁଲିସ ଭବାନୀପୁରମର ରହୁଥିବା ଶଫି ନାମକ ବ୍ୟକ୍ତି ନିକଟରେ ପହଞ୍ଚି ଥିଲା, ଯିଏ ଏକ ମଟନ୍ ଦୋକାନ ଚଲାଉ ଥିଲା । ପୁଲିସ ଜାଣିବାକୁ ପାଇଥିଲା ଯେ, ଶଫି ଏବଂ କଲ୍ୟାଣୀଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା ଏବଂ ଟଙ୍କା ପଇସାକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇ ଥିଲା । କଲ୍ୟାଣୀଙ୍କ ପୁଅ ସହ ଜଡ଼ିତ ଏକ ପୁରୁଣା ଝଗଡ଼ା ଯୋଗୁଁ ସେମାନଙ୍କ ସମ୍ପର୍କରେ ତିକ୍ତତା ଆସିଥିବା କୁହାଯାଉଛି ।
ତଦନ୍ତରୁ ପୋଲିସ ଶାଫି ନାମକ ଜଣେ ମଟନ୍ ଦୋକାନୀଙ୍କ ପାଖରେ ପହଞ୍ଚିଥିଲା। ଭବାନୀପୁରମରେ ଶାଫିର ଏକ ଛୋଟ ମଟନ୍ ଦୋକାନ ରହିଥିବା ପୋଲିସ କହିଛି। ଶାଫି ଓ କଲ୍ୟାଣୀଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିବା ସହ ଟଙ୍କାକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ରହିଥିବା ଜଣାପଡ଼ିଛି। କଲ୍ୟାଣୀଙ୍କ ପୁଅକୁ ନେଇ ପୂର୍ବରୁ ହୋଇଥିବା ଏକ ବିବାଦ ମଧ୍ୟ ସେମାନଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି।
ଗତ ସେପ୍ଟେମ୍ବର ୧୭ ତାରିଖରେ ଶଫି, କଲ୍ୟାଣୀଙ୍କୁ ଭବାନୀପୁରମ ସ୍ଥିତ ନିଜ ଘରକୁ ନେଇ ଯାଇ ଥିଲା । ସେଠାରେ ଟଙ୍କାକୁ ନେଇ ସେମାନଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇ ଥିଲା । ଏହା ପରେ ଶଫି ଛୁରୀରେ ଆକ୍ରମଣ କରି କଲ୍ୟାଣୀଙ୍କ ଗଳା କାଟି ଦେଇଥିଲା । ଗଳା କାଟିବା ପରେ ଶଫି ଶବକୁ ୯ ଖଣ୍ଡ କରି ଦେଇ ଥିଲା ଏବଂ ନିଜ ମଟନ୍ ଦୋକାନରେ କାମ କରୁଥିବା ଗୁରୁଭୁଲୁ ନାମକ ସହଯୋଗୀର ସାହାଯ୍ୟରେ ଶରୀରର ଅଂଶଗୁଡ଼ିକୁ ଗୋଲାପୁଡ଼ି ଅଞ୍ଚଳର କୁଲିଂ କେନାଲରେ ଫିଙ୍ଗି ଦେଇ ଥିଲା।ହତ୍ୟାର ପ୍ରକୃତ ଉଦ୍ଦେଶ୍ୟ, ଘଟଣାରେ ଦୁଇ ଅଭିଯୁକ୍ତଙ୍କ ଭୂମିକା ଏବଂ ମୃତଦେହକୁ କିପରି ନେଇ ଫିଙ୍ଗାଯାଇଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।
Powered by Froala Editor