ଅଭାବ ନା ମାନସିକ ବିକୃତ: ୭ ବର୍ଷ ପୁଅକୁ କାମୁଡ଼ି କ୍ଷତାକ୍ତ କରୁଛି ମା’
ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ରେ ଜଣେ ମା’ ୭ ବର୍ଷର ଶିଶୁପୁତ୍ରକୁ କାମୁଡ଼ି ବାରମ୍ବାର କ୍ଷତାକ୍ତ କରି ପକାଉଥିବା ଅଭିଯୋଗ ହେଉଛି । ମହିଳା ଜଣକ ମାନସିକ ବିକୃତିରୁ ଏଭଳି ଅଘଟଣ ଘଟାଉଥିବା ଅନୁମାନ କରାଯାଉଛି ।
ବେଲପାହାଡ଼ ଜୋରବଗାରେ ରୁହନ୍ତି ସାହିଲ୍ ମହାରଣା । ୬ବର୍ଷ ତଳୁ ବାପା ଆରପାରିକୁ ଚାଲିଯାଇଛନ୍ତି । ସ୍ଥାନୀୟ ଲୋକଙ୍କ କହିବା କଥା, ମା’ ରାଧା ସାହିଲ୍ର ଶେଷ ଭରସା । ପ୍ରାୟ ବର୍ଷେ ହେଲା ରାଧା ଏଣେତେଣେ ବୁଲୁଛନ୍ତି । ସବୁଦିନ ଦୁଇଓଳି ଖାଇବା ଯୋଗାଡ଼ କରିବା ବି କଷ୍ଟକର ହୋଇପଡ଼ୁଛି। ବାରଣ୍ଡାରେ ବସି ମିଳୁଥିବା ପାଉଁରୁଟି, ବିସ୍କୁଟ ଖାଦ୍ୟ ଖାଇ ଦିନ କାଟୁଛନ୍ତି । ନିଜେ ନିଜର ଯତ୍ନ ନେଉନାହାନ୍ତି । ମା'ଙ୍କ ଅସହାୟତା ମଧ୍ୟରେ ସାହିଲ୍ ବି କଷ୍ଟ ଭୋଗୁଛି । ୪ ମାସ ହେଲା ପଡ଼ୋଶୀ କିମ୍ବା ଗାଁ ଲୋକଙ୍କ ସହାୟତାରେ ମା’ପୁଅଙ୍କ ପେଟ ପୂରୁଛି । ଖାଇବା ନ ମିଳିଲେ ଉପବାସରେ ରହିବାକୁ ପଡୁଛି। ଅନେକ ସମୟରେ ରାଧା ପୁଅ ସାହିଲ୍ର ଶରୀରର ବିଭିନ୍ନ ସ୍ଥାନକୁ କାମୁଡ଼ି କ୍ଷତାକ୍ତ କରି ପକାଉଛନ୍ତି ।
ଗାଁ ଲୋକେ ରାଧାଙ୍କୁ ବୁଝାସୁଝା କରି ସାହିଲ୍ର ଯତ୍ନ ନେବା ଓ ସ୍କୁଲ ପଠାଇବାକୁ କହୁଛନ୍ତି । ରାଧା ମଧ୍ୟ ଏଥିରେ ଏକମତ ହେଉଛନ୍ତି । କିନ୍ତୁ ତାହା କରୁନାହାନ୍ତି । ମା’ପୁଅଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।
Powered by Froala Editor