ଜନ୍ମଦିନରେ ଛୋଟ ପିଲାଙ୍କୁ ଚକଲେଟ ବାଣ୍ଟିଲେ ରାଷ୍ଟ୍ରପତି
ଭୁବନେଶ୍ୱର; ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ଆଜି ଜନ୍ମଦିନ । ୬୮ ବର୍ଷ ବୟସରେ ପାଦ ଥାପିଛନ୍ତି ଦ୍ରୌପଦୀ ମୁର୍ମୁ । ନିଜ ଜନ୍ମମାଟିରେ ହିଁ ଜନ୍ମଦିନକୁ ପାଳନ କରୁଛନ୍ତି । ଏଥିପାଇଁ ଗତକାଲିଠୁ ସେ ମୟୂରଭଞ୍ଜକୁ ଆସିଛନ୍ତି। ଜନ୍ମଦିନରେ ଛୋଟ ପିଲାଙ୍କୁ ଚକଲେଟ ବାଣ୍ଟିଛନ୍ତି ରାଷ୍ଟ୍ରପତି । ଘରୁ ବାହାରିବା ବେଳେ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ପରେ ରାଷ୍ଟ୍ରପତି ଗାଡ଼ିରେ ନ ବସି ସମସ୍ତଙ୍କୁ ଚକଲେଟ ଦେବାକୁ କହିଥିଲେ। ଏପରିକି ରାସ୍ତା ଅପରପାର୍ଶ୍ଵକୁ ଆସି ନିଜେ ଛୋଟ ପିଲାଙ୍କୁ ଚକଲେଟ ଦେଇଥିଲେ । ଏବେ ପାହାଡ଼ପୁରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହୁଲଡିହା ଘରୁ ବାହାରିସ୍ୱତନ୍ତ୍ର ହେଲିକପ୍ଟରରେ ଯାଇ ପାହାଡ଼ପୁରରେ ପହଞ୍ଚିଛନ୍ତି । ସେପଟେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ଶୁଭଚ୍ଛାର ସୁଅ ଛୁଟୁଛି । ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟପାଳ ଡ. ହରିବାବୁ କମ୍ଭମପତି ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇ ଲେଖିଛନ୍ତି, ''ସାହସ, ସରଳତା, ନମ୍ରତା ଏବଂ ଜନସେବା ପ୍ରତି ଅଟଳ ପ୍ରତିବଦ୍ଧତାରେ ପରିପୂର୍ଣ୍ଣ ତାଙ୍କର ଜୀବନ ଯାତ୍ରା ସାରା ଦେଶକୁ ପ୍ରେରଣା ଦେଇଛି।ତାଙ୍କ ଦୀର୍ଘ କାର୍ଯ୍ୟକାଳ ମଧ୍ୟରେ, ସେ ଦେଶ ପାଇଁ ସ୍ୱତନ୍ତ୍ର ଭାବରେ ସେବା କରିଛନ୍ତି।
Powered by Froala Editor