ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ୟ୍ୟକାଳ ବଢିଲା
ଭୁବନେଶ୍ୱର: ଅବସରପ୍ରାପ୍ତ ଅଧିକାରୀଙ୍କ ଉପରେ ସରକାରଙ୍କ ଭରସା । ପୁଣି ବଢିଲା ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ୟ୍ୟକାଳ । ଓଏସଡି ଭାବେ ଦାୟିତ୍ଵ ଦେଇଛନ୍ତି ସରକାର ।
ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ଗତ ଜୁଲାଇ ମାସରେ ଅବସର ନେବା ପରେ ତାଙ୍କୁ ୬ ମାସ ପାଇଁ ଓଏସଡି ଭାବେ ନିଯୁକ୍ତି ଦିଆଯାଇଥିଲା । ହେଲେ ୬ ମାସ ପରେ ଆଉ ଥରେ ତାଙ୍କୁ ପୁନଃ ନିଯୁକ୍ତି କରାଯାଉଛି । ଏଠି ପ୍ରଶ୍ନ ଉଠୁଛି, ଏତେ ଅନୁକମ୍ପା କାହିଁକି ? ବିଭାଗରେ କ’ଣ କେହି ଯୋଗ୍ୟ ନାହାନ୍ତି। ଜଣେ ଅବସର ପରେ ତାଙ୍କୁ ଦୁଇ ଦୁଇଥର ନିଯୁକ୍ତି ମିଳୁଛି । ଏସସି-ଏସଟି ବିଭାଗର ଆଉ ଦୁଇ ଲେଟର । ଘରୁ ଡାକି ଆଣି ପୁନଃ ନିଯୁକ୍ତି ଦିଆଯାଉଛି । ଚିତ୍ତରଞ୍ଜନ ଜେନା, ଅବସର ପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ତାଙ୍କୁ ଟେକ୍ନିକାଲ କନସଲଟାଣ୍ଟ ଭାବେ ବର୍ଷିକିଆ ନିଯୁକ୍ତି ଦିଆଯାଇଛି । ଏଥିପାଇଁ ମାସକୁ ୭୫ ହଜାର ଟଙ୍କା ବାବୁ ନେବେ। ସେପଟେ ସେହି ଏସସି ଏସଟି ବିଭାଗର ଅବସରପ୍ରାପ୍ତ ଅଧିକାରୀ। ହେଲେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଅଜୟ କୁମାର ମିଶ୍ର ତାଙ୍କୁ ମଧ୍ୟ ଟେକ୍ନିକାଲ କନସଲଟାଣ୍ଟ ଭାବେ ବର୍ଷିକିଆ ନିଯୁକ୍ତି ମିଳିଛି ।
Powered by Froala Editor