Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, June 21, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆସନ୍ତା ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଖାନ ...

  • ନିଟ-ୟୁଜି ୨୦୨୬ ପରୀକ୍ଷାର ପିଛା ଛାଡ଼ୁନି ...

  • ଦଳର କମାଣ ଯେକୌଣସି କର୍ମୀଙ୍କୁ ଦେବାକୁ ...

  • ଅଲ୍ଲୁ ଅର୍ଜୁନଙ୍କୁ ସମନ

  • ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ...

  • ରାକ୍ଷାସ ପାଲଟିଗଲେ ମଣିଷ: ଫେଲୋସିପ ପାଇଁ ...

  • ସୁନା ଏବଂ ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ

  • ସୁରକ୍ଷା ପାଇଁ ନିର୍ଦ୍ଧାରିତ ଫୁଟ୍‌ପାଥରେ ...

  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

  • ମନା କରି ଦେଲେ ହାଇକୋର୍ଟ, ହଟିବନି ...

Home ›› ››ଏସଇବିସି ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ୧୧.୨୫% ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ

ଏସଇବିସି ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ୧୧.୨୫% ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ

2025-05-15 05:13:33
15028
Share:
Facebook
Twitter
E-Mail
WhatsApp
Telegram
ଏସଇବିସି ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ୧୧.୨୫% ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ

ଭୁବନେଶ୍ବର: ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସାମାଜିକ ଓ ଅର୍ଥନୈତିକ ପଛୁଆବର୍ଗ (ଏସଇବିିସି) ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହୋଇଛି। ଏହି ସଂରକ୍ଷଣ ନୀତି ଅନୁସାରେ ଉଚ୍ଚଶିକ୍ଷାନୁଷ୍ଠାନରେ ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ୧୧.୨୫% ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ। ଚଳିତ ଶିକ୍ଷାବର୍ଷ ୨୦୨୫–୨୬ରୁ ରାଜ୍ୟର ସରକାରୀ ବିଶ୍ବବିଦ୍ୟାଳୟ, ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚଶିକ୍ଷାନୁଷ୍ଠାନରେ ଏହା ପ୍ରଚଳନ କରାଯିବ। ରାଜ୍ୟ କ୍ୟାବିନେଟ୍‌ରେ ଉଚ୍ଚଶିକ୍ଷା ବିଭାଗର ଏହି ପ୍ରସ୍ତାବ ସମେତ ୬ ବିଭାଗର ମୋଟ୍ ୬ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାବିନେଟ୍ ବୈଠକ ପରେ ଏ ସମ୍ପର୍କ‌େ‌ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ବୁଧବାର ଅନୁଷ୍ଠିତ ‌େହାଇଥିଲା। ଏହି ବୈଠକରେ ୬ଟି ପ୍ରସ୍ତାବ ଉପରେ ଆଲୋଚନା ସହ ମଞ୍ଜୁରି ପ୍ରଦାନ କରାଯାଇଛି। ବୈଠକର ନିଷ୍ପତ୍ତି ଅନୁସାରେ, ଉଚ୍ଚଶିକ୍ଷାନୁଷ୍ଠାନରେ ଏସଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ୧୧.୨୫% ଆସନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବ। ଏହି ସଂରକ୍ଷଣ ବ୍ୟବସ୍ଥା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସ୍ନାତକ, ସ୍ନାତକୋତ୍ତର, ଶିକ୍ଷକଶିକ୍ଷା ଓ ଆଇନ ପାଠ୍ୟକ୍ରମ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା +୨ ପାଠ୍ୟକ୍ରମ, ଶିକ୍ଷକ ଶିକ୍ଷା ଓ ଧନ୍ଦାମୂଳକ ପାଠ୍ୟକ୍ରମ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନରେ ଥିବା ସ୍ନାତକ (ପ୍ରଦର୍ଶନକଳା) ପାଠ୍ୟକ୍ରମ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ବିପିଏଡ୍/ଏମପିଏଡ୍ ପାଠ୍ୟକ୍ରମରେ ଲାଗୁ କରାଯିବ। ଏହା ଲାଗୁ ହେବା ପରେ ଉଚ୍ଚଶିକ୍ଷାନୁଷ୍ଠାନରେ ଅନୁସୂଚିତ ଜନଜାତି ବର୍ଗର (ଏସ୍‌ଟି) ଛାତ୍ରଛାତ୍ରୀଙ୍କ ପାଇଁ ୨୨.୫%, ଅନୁସୂଚିତ ଜାତି ବର୍ଗର (ଏସ୍‌ସି) ଛାତ୍ରଛାତ୍ରୀଙ୍କ ଲାଗି ୧୬.୨୫%, ଏସ୍‌ଇବିସି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୧.୨୫%, ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ୫% ଓ ପୂର୍ବତନ ସେନାଙ୍କ ପରିବାରର ଛାତ୍ରଛାତ୍ରୀଙ୍କ ପାଇଁ ୧% ଆସନ ସଂରକ୍ଷିତ ରହିବ। ରାଜ୍ୟରେ ଆଗରୁ କେବଳ ସରକାରୀ ଚାକିରି କ୍ଷେତ୍ରରେ ଏସ୍‌ଇବିସି ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିଥିବାବେଳେ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ଏହାକୁ ଲାଗୁ କରାଯାଇନଥିଲା। ଯାହାଫଳରେ ଏସ୍ଇବିସି ବର୍ଗର ବହୁ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ବାଧକ ସାଜିଥିଲା। କ୍ୟାବିନେଟର ନିଷ୍ପତ୍ତି ପରେ ଏସ୍‌ଇବିସି ବର୍ଗ ପାଇଁ ଉଚ୍ଚଶିକ୍ଷାରେ ସଂରକ୍ଷଣ ବ୍ୟବସ୍ଥା ଲାଗୁହେବ। ରାଜ୍ୟରେ ଶିକ୍ଷା କ୍ଷେତ୍ରର ସାମଗ୍ରିକ ବିକାଶକୁ ଏହି ନିଷ୍ପତ୍ତି ଦ୍ୱାରା ସୁନିଶ୍ଚିତ କରାଯାଇଛି। ଏହାଫଳରେ ସାମାଜିକ ଓ ଅର୍ଥନୈତିକ ଭାବେ
ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷା କ୍ଷେତ୍ରରେ ସାମାଜିକ ନ୍ୟାୟ ପାଇଁ ଦୀର୍ଘଦିନର ଅପେକ୍ଷାର ଅନ୍ତ ହୋଇଛି। ଏହି ନିଷ୍ପତ୍ତି ଦ୍ୱାରା ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ରାଜ୍ୟରେ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମୋଟ ନାମଲେଖା ଅନୁପାତ ବୃଦ୍ଧି ହେବାର ଲକ୍ଷ୍ୟ ରହିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।
ସମନ୍ୱିତ ନିଯୁକ୍ତି ପରୀକ୍ଷା ନିୟମାବଳୀ ୨୦୨୨ରେ ସଂଶୋଧନ
ରାଜ୍ୟ କ୍ୟାବିନେଟ୍‌ରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏକ ପ୍ରସ୍ତାବ ପାରିତ ହୋଇଛି। ଶାରୀରିକ ମାପ ଏବଂ ଶାରୀରିକ ଦକ୍ଷତା ପରୀକ୍ଷା ପାଇଁ ସମନ୍ୱିତ ନିଯୁକ୍ତି ପରୀକ୍ଷାର ନିୟମାବଳୀ, ୨୦୨୨ର ସଂଶୋଧନ କରାଯାଇଛି। ଏହି ସଂଶୋଧନ ଅନୁଯାୟୀ, ଟ୍ରାଫିକ୍ ସବ୍-ଇନ୍ସପେକ୍ଟର ପଦ ଏବଂ ଅବକାରୀ ସବ୍‌ ଇନ୍ସପେକ୍ଟର ପଦଗୁଡ଼ିକ ସମନ୍ୱିତ ନିଯୁକ୍ତି ପରୀକ୍ଷାର ନିୟମାବଳୀ, ୨୦୨୨ର ଅନୁଚ୍ଛେଦ-୧ରେ ଅନ୍ତର୍ଭୁକ୍ତ କରାଯାଇଛି। ଏଥିରେ ଅଗ୍ନିଶମ ସେବା, ହୋମ ଗାର୍ଡ ଏବଂ ସିଭିଲ୍ ଡିଫେନ୍ସ, ଗୃହ (ସିଭିଲ୍ ଡିଫେନ୍ସ) ବିଭାଗର ମହାନିର୍ଦେଶକଙ୍କ ଅଧୀନରେ ଥିବା ନାଗରିକ ପ୍ରତିରକ୍ଷା ପ୍ରଶିକ୍ଷକ/ସିନିୟର ଷ୍ଟୋର ଇନ୍ସପେକ୍ଟର ପଦ ମଧ୍ୟ ଅନୁଚ୍ଛେଦ-୧ରେ ଅନ୍ତର୍ଭୁକ୍ତ କରାଯାଇଛି। ଏହାଦ୍ୱାରା ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ ଉପରୋକ୍ତ ପଦଗୁଡ଼ିକୁ ମିଳିତ ନିଯୁକ୍ତି ପରୀକ୍ଷାରେ ପରିଚାଳନା କରିପାରିବେ।

Powered by Froala Editor

Tags Cm

Related articles Odisha News Lens 4.1

  • ରାକ୍ଷାସ ପାଲଟିଗଲେ ମଣିଷ: ଫେଲୋସିପ ପାଇଁ ଆସିଥିବା ଗୁଜରାଟ ଝିଅକୁ ଝୁଣି ପକାଇଲେ
    ଅପରାଧ

    ରାକ୍ଷାସ ପାଲଟିଗଲେ ମଣିଷ: ଫେଲୋସିପ ପାଇଁ ଆସିଥିବା ଗୁଜରାଟ ଝିଅକୁ ଝୁଣି ପକାଇଲେ

    15057
    Jun 20, 2026
  • ସୁନା ଏବଂ ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ
    ଦେଶ-ଦେଶାନ୍ତର

    ସୁନା ଏବଂ ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ

    14331
    Jun 20, 2026
  • ଅଲ୍ଲୁ ଅର୍ଜୁନଙ୍କୁ ସମନ
    ମନୋରଞ୍ଜନ

    ଅଲ୍ଲୁ ଅର୍ଜୁନଙ୍କୁ ସମନ

    15401
    Jun 20, 2026
  • ନିଟ-ୟୁଜି ୨୦୨୬ ପରୀକ୍ଷାର ପିଛା ଛାଡ଼ୁନି ବିବାଦ, ନାଗପୁର ଛାତ୍ରଙ୍କ ପରୀକ୍ଷା କେନ୍ଦ୍ର ...
    ଦେଶ-ଦେଶାନ୍ତର

    ନିଟ-ୟୁଜି ୨୦୨୬ ପରୀକ୍ଷାର ପିଛା ଛାଡ଼ୁନି ବିବାଦ, ନାଗପୁର ଛାତ୍ରଙ୍କ ପରୀକ୍ଷା କେନ୍ଦ୍ର ...

    13747
    Jun 20, 2026
  • ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାହାଣୀକୁ ନେଇ ତିଆରି ହେବ ଡକ୍ୟୁମେଣ୍ଟ୍ରି
    ମନୋରଞ୍ଜନ

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାହାଣୀକୁ ନେଇ ତିଆରି ହେବ ଡକ୍ୟୁମେଣ୍ଟ୍ରି

    14935
    Jun 20, 2026
  • ମନା କରି ଦେଲେ ହାଇକୋର୍ଟ, ହଟିବନି ଟେଲିଗ୍ରାମ ବ୍ୟାନ
    ଦେଶ-ଦେଶାନ୍ତର

    ମନା କରି ଦେଲେ ହାଇକୋର୍ଟ, ହଟିବନି ଟେଲିଗ୍ରାମ ବ୍ୟାନ

    15759
    Jun 19, 2026
  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ
    ବିଶେଷ

    ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

    15248
    Jun 20, 2026
  • ଦଳର କମାଣ ଯେକୌଣସି କର୍ମୀଙ୍କୁ ଦେବାକୁ ପ୍ରସ୍ତୁତ : ଉଦ୍ଧବ ଠାକରେ
    ଦେଶ-ଦେଶାନ୍ତର

    ଦଳର କମାଣ ଯେକୌଣସି କର୍ମୀଙ୍କୁ ଦେବାକୁ ପ୍ରସ୍ତୁତ : ଉଦ୍ଧବ ଠାକରେ

    14380
    Jun 20, 2026
  • ଆସନ୍ତା ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଖାନ ସାରଙ୍କୁ ଗିରଫ କରିପାରିବ ନାହିଁ ପୁଲିସ
    ଦେଶ-ଦେଶାନ୍ତର

    ଆସନ୍ତା ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଖାନ ସାରଙ୍କୁ ଗିରଫ କରିପାରିବ ନାହିଁ ପୁଲିସ

    15182
    Jun 20, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ନିଟ-ୟୁଜି ୨୦୨୬ ପରୀକ୍ଷାର ପିଛା ଛାଡ଼ୁନି ବିବାଦ, ନାଗପୁର ଛାତ୍ରଙ୍କ ପରୀକ୍ଷା କେନ୍ଦ୍ର ଅବୁଧାବି

    13747
    Jun 20, 2026
  • ମନୋରଞ୍ଜନ

    ଅଲ୍ଲୁ ଅର୍ଜୁନଙ୍କୁ ସମନ

    15401
    Jun 20, 2026
  • ଦେଶ-ଦେଶାନ୍ତର

    ମନା କରି ଦେଲେ ହାଇକୋର୍ଟ, ହଟିବନି ଟେଲିଗ୍ରାମ ବ୍ୟାନ

    15759
    Jun 19, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16935
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17554
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17602
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17996
    Sep 06, 2023

ବିଶେଷ

  • ମସ୍ତିଷ୍କକୁ ବୟସ୍କ କରିଦିଏ ରାଗ

    15248
    Jun 20, 2026
  • ଅଧିକ ପିଆଜ ଖାଇଲେ କଣ କଣ ହୋଇଥାଏ ଜାଣନ୍ତୁ....

    14162
    Jun 19, 2026
  • ସତେଜ ରହିବ ଚର୍ମ, କରନ୍ତୁ ଏହି ୫ଟି ଅଭ୍ୟାସ

    15709
    Jun 18, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଭଲ କି ଖରାପ ଜାଣନ୍ତୁ....

    14925
    Jun 16, 2026
  • ପାଟିରେ ଘା’ ହେବାର ଅନେକ କାରଣ ବିଷୟରେ ଜାଣନ୍ତୁ.....

    14438
    Jun 15, 2026

ବାଣିଜ୍ୟ

ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

ମୁମ୍ବାଇ, ଭାରତ । ଜୁନ ୧୬, ୨୦୨୬: ଭାରତରେ ଫିଟ୍‌ନେସ୍‌ ଉପକରଣର ସ୍ୱୟଂଚାଳିତ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ କମ୍ପାନୀ ଜେରାଇ ଫିଟ୍‌ନେସ୍‌ ଲିମିଟେଡ ରିବକ୍‌କୁ ଏହାର ପଣ୍ୟଦ୍ରବ୍ୟ ଓ ...

  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13766
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14865
    Apr 01, 2026
  • ସୁନା୬,୭୦୦ ଟଙ୍କା କମିଲା

    15478
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15227
    Mar 22, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଅଲ୍ଲୁ ଅର୍ଜୁନଙ୍କୁ ସମନ

    15401
    Jun 20, 2026
  • ମନା କରି ଦେଲେ ହାଇକୋର୍ଟ, ହଟିବନି ଟେଲିଗ୍ରାମ ବ୍ୟାନ

    15759
    Jun 19, 2026
  • ସୁନା ଏବଂ ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ

    14331
    Jun 20, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In