ବାବା ଆଖଣ୍ଡଳମଣିଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ୧୦ କୋଟି ଟଙ୍କାର ଅନୁଦାନ
ଭୁବନେଶ୍ଵର: ବାବା ଆଖଣ୍ଡଳମଣିଙ୍କ ପୀଠକୁ ୧୦ କୋଟିର ପାଣ୍ଠି ଘୋଷଣା। ଆଜି ପବିତ୍ର ଜାଗର ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏବଂ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବାବା ଆଖଣ୍ଡଳମଣିଙ୍କ ପୀଠକୁ ଯାଇ ବାବାଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ଏହାପରେ ମନ୍ଦିର ପରିକ୍ରମା କରି ମନ୍ଦିରକୁ ଅନୁଦାନ ରାଶି ପ୍ରଦାନ କରିଛନ୍ତି। ବାବା ଆରଡିଙ୍କ ପରିକ୍ରମା ପ୍ରକଳ୍ପ ପାଇଁ ୧୦ କୋଟି ଟଙ୍କାର ଅନୁଦାନ ମିଳିଛି। ପରିକ୍ରମା ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ ରୂପ ଏବଂ ଉନ୍ନତିମୂଳକ କାର୍ଯ୍ୟପାଇଁ ଅର୍ଥ ରାଶି ପ୍ରଦାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।
Powered by Froala Editor