ସପ୍ତାହେ ଯାଏଁ ପାଗ ରହିବ ଶୁଖିଲା

ଭୁବନେଶ୍ବର : ସପ୍ତାହେ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ରାତି ତାପମାତ୍ରା ୪ ଦିନ ଅପରିବର୍ତ୍ତିତ ରହିବ ଓ ପରେ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସୋମବାର ବୌଦ୍ଧ ଓ ପାରଳାଖେମୁଣ୍ଡିରେ ଦିନ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ଼ ହୋଇଛି। ଝାରସୁଗୁଡ଼ା ଓ ମାଲକାନଗିରିରେ ୩୫.୪ ଡିଗ୍ରୀ ଲେଖାଏଁ, ଟିଟିଲାଗଡ଼ରେ ୩୫ ଏବଂ ଭୁବନେଶ୍ବରରେ ୩୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ସର୍ବନିମ୍ନ ତାପମାତ୍ରା ପୁଣି ହ୍ରାସ ପାଇଛି। ଗତକାଲି ରାତିରେ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ରୀ, ସେମିଳିଗୁଡ଼ାରେ ୧୦.୫, ଫୁଲବାଣୀରେ ୧୨.୫, ଝାରସୁଗୁୁଡ଼ାରେ ୧୨.୯, ରାଉରକେଲାରେ ୧୪.୫ ଏବଂ ସୁନ୍ଦରଗଡ଼ରେ ୧୫.୩ ଡିଗ୍ରୀ ରେକର୍ଡ଼ ହୋଇଛି। ୪ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି। ପରେ ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ପଶ୍ଚିମାଝଡ଼ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜର କପ୍ତିପଦାରେ ୪୮ ମି.ମି. ଏବଂ ଚାନ୍ଦବାଲିରେ ୯.୧ ମି.ମି. ବର୍ଷା ହୋଇଛି।
Powered by Froala Editor