ଓଡିଶାରେ ଭୂକମ୍ପ ଝଟକା

ଭୁବନେଶ୍ଵର: ସକାଳୁ ସକାଳୁ ଓଡିଶାରେ ଭୂକମ୍ପ ଝଟକା । ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମୃଦୁ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୧ ରେକର୍ଡ ହୋଇଛି। ସକାଳ ୬ଟା ୧୦ମିନିଟରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ୨ରୁ ୩ ସେକେଣ୍ଡ ଯାଏଁ ପ୍ରଭାବ ଅନୁଭୂତ ହୋଇଥିଲା । ଭୁବନେଶ୍ଵର, ବାଲେଶ୍ଵର, ପାରାଦୀପ ସମେତ କୋଲକାତାରେ ପ୍ରଭାବ ଅନୁଭୂତ ହୋଇଛି । ବଙ୍ଗୋପାସାଗରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିବା ସୂଚନା ମିଳିଛି। ପୁରୀରୁ ୨୮୬ ଓ ଭୁବନେଶ୍ଵରରୁ ୨୯୭ କିମି ଏବଂ ବ୍ରହ୍ମପୁରଠାରୁ ୩୯୪ କିମି ଦୂରରେ ଏହାର କେନ୍ଦ୍ରସ୍ଥଳ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନି।
Powered by Froala Editor