ଦଳିତ ନାବାଳକ ଶାନ୍ତନୁ ଦାସ ମୃତ୍ୟୁ ମାମଲା, ମୁଖ୍ୟ ଅଭିଯୁକ୍ତ ଗିରଫ
ବରୀ: ଦଳିତ ନାବାଳକ ଶାନ୍ତନୁ ଦାସ ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ଅନୀଲ ମଲ୍ଲିକ ଗିରଫ ହୋଇଥିବା ସୂଚନା ମିଳିଛି। ଗିରଫ ପରେ ଅନୀଲ ମଲ୍ଲିକକୁ ପୁଲିସ କୋର୍ଟ ଚାଲାଣ କରିଛି।
ଏଠାରେ ସୂଚନା ଯୋଗ୍ୟ ଯେ ସଂଘବଦ୍ଧ ଆକ୍ରମଣରେ ଶାନ୍ତନୁର ମୃତ୍ୟୁ ହୋଇଥିଲା। ପୁଲିସ ତଦନ୍ତ ପରେ ଅନୀଲ ମଲ୍ଲିକକୁ ଗିରଫ କରିଛି। ଅନୀଲ ମଲ୍ଲିକ ଜଣେ ଫାଷ୍ଟଫୁଡ ଦୋକାନୀ ବୋଲି ଜଣାପଡ଼ିଛି। ଏହି ହତ୍ୟାକାଣ୍ଡର ତଦନ୍ତ ଜାରି ରହିଛି ବୋଲି ପୁଳିସ ସୂଚନା ଦେଇଛି।
Powered by Froala Editor