ନିଲମ୍ବିତ ହେଲେ ରେମୁଣା ତହସିଲଦାର

ବାଲେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ରାଜ୍ୟ ସରକାର ଚାକିରିରୁ ନିଲମ୍ବିତ କରିଛନ୍ତି । ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ଶ୍ରୀ ପତିଙ୍କ ନାମରେ ଭିଜିଲାନ୍ସ ପକ୍ଷରୁ ଗତ ୧୩ ତାରିଖରେ ଏ ସମ୍ପର୍କିତ କେସ୍ ଦାୟର୍ ହୋଇଥିଲା । ଏହି ମାମଲା ମୂଳେ ସେ ଗିରଫ ହୋଇ ଜେଲ୍ ଯାଇଥିଲେ ।
ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଭିଜିଲାନ୍ସ ପକ୍ଷରୁ ଗତ ୧୧ ତାରିଖରେ ଶ୍ରୀ ପତିଙ୍କ ରେମୁଣା ତହସିଲ କାର୍ୟ୍ୟାଳୟ ସମେତ ୭ଟି ଜାଗାରେ ଚଢ଼ଉ କରାଯାଇଥିଲା । ଚଢ଼ଉ ବେଳେ ଶ୍ରୀ ପତି ଚାକିରି କାଳ ଭିତରେ ନିଜ ରୋଜଗାରଠାରୁ ୨୦୪ ପ୍ରତିଶତ ସମ୍ପତ୍ତି ଠୁଳ କରିଥିବା ପ୍ରମାଣ ମିଳିଥିଲା । ସେଥିରେ ଅଢ଼େଇ କୋଟିରୁ ଅଧିକ ଟଙ୍କାର ତିନୋଟି ଦାମୀ ଫ୍ଲାଟ, ୯୩୭ ଗ୍ରାମ ସୁନା ଅଳଙ୍କାର, ୧ କୋଟି ୧୨ ଲକ୍ଷ ଟଙ୍କାର ଜମା ରାଶି, ନିଜ ନାମ ସହ ସମ୍ପର୍କୀୟଙ୍କ ନାମରେ ପୋଷ୍ଟାଲ ଏବଂ ବ୍ୟାଙ୍କ୍ରେ ଦେଢ଼ କୋଟି ଟଙ୍କା ଜମା ଥିବା ପ୍ରମାଣ ମିଳିଥିଲା ।
Powered by Froala Editor