କିଟ୍ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା, ସୁଇସାଇଡ୍ ନୋଟ୍ ଜବତ କଲା ପୋଲିସ

ଭୁବନେଶ୍ୱର: କିଟ୍ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା । ମୃତ ଛାତ୍ରୀଙ୍କ ସୁଇସାଇଡ୍ ନୋଟ୍ ଜବତ କଲା ପୋଲିସ । ଜବତ ସୁଇସାଇଡ୍ ନୋଟ୍ ହ୍ୟାଣ୍ଡ ରାଇଟିଂ ବ୍ୟରୋକୁ ପଠାଇଲା ପୋଲିସ । ଉକ୍ତ ସୁଇସାଇଡ୍ ନୋଟ୍ ନେପାଳୀ ଭାଷାରେ ଲେଖା ହୋଇଛି । ପୁରୁଷ ବନ୍ଧୁ କେମିତି ନିର୍ୟାତନା ଦେଉଥିଲେ, ସବୁ ଘଟଣା ସୁଇସାଇଡ୍ ନୋଟ୍ରେ ଲେଖାଅଛି । ସେପଟେ ମୃତ ଛାତ୍ରୀ ଓ ଗିରଫ ପୁରୁଷ ବନ୍ଧୁଙ୍କ ମୋବାଇଲ ଫୋନ ଓ ଲାପଟପ୍କୁ ଜବତ କରି ରାଜ୍ୟ ଫରେନସିକ୍କୁ ପଠାଇଲା ପୋଲିସ ।
କହିରଖୁ କି, ମୃତ ଛାତ୍ରୀ ପ୍ରକୃତି ଲାମସାଲଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ବିଳମ୍ବିତ ରାତିରେ ପରିବାର ଲୋକେ ଝିଅର ମୃତଦେହ ନେପାଳ ନେଇ ଯାଇଛନ୍ତି । ସେପଟେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ପ୍ରସଙ୍ଗରେ ତୀବ୍ର ହେଉଛି ଆନ୍ଦୋଳନ। ନବ ନିର୍ମାଣ ଛାତ୍ର ସଙ୍ଗଠନ ଅନଶନରେ ବସିଛି । କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଅନଶନକାରୀଙ୍କ ସହ ଆଲୋଚନା କରି ଦାବିପତ୍ର ନେଇଛନ୍ତି। ୯୦ ପ୍ରତିଶତ ନେପାଳୀ ଛାତ୍ରଛାତ୍ରୀ ଘରକୁ ପଳାଇଛନ୍ତି। ଏବେ କ୍ୟାମ୍ପସ୍ ଫେରିବାକୁ ମୋବାଇଲ୍ ଯୋଗେ ଅଣ୍ଡରଟେକିଂ ମାଗୁଛନ୍ତି।
Powered by Froala Editor