ନାତିର କାଠଫାଳିଆ ମାଡ଼ରେ ଚାଲିଗଲା ଜେଜେମାଆଙ୍କ ଜୀବନ

କାମାକ୍ଷାନଗର: କଙ୍କଡାହାଡ ଥାନା ବାଲିସାହି ଗାଁରେ ଅଭାବନୀୟ ଘଟଣା ଘଟିଛି। ନାତିର କାଠଫାଳିଆ ମାଡ଼ରେ ଜେଜେମାଆର ଜୀବନ ଚାଲିଯାଇଛି। ମୃତକ ଶ୍ରୀମତି ବେଓ୍ବା ବୋଲି ଜଣାପଡିଛି। ଗତକାଲି ରାତିରେ ଅଭିଯୁକ୍ତ ଲିକୁ ସିଂ ନିଶାଶକ୍ତ ଅବସ୍ଥାରେ ଆସି ନିଜ ଜେଜେମାକୁ ଟଙ୍କା ମାଗିଥିଲା। କିନ୍ତୁ ଜେଜେମା ଟଙ୍କା ଦେବାକୁ ମନା କରିବାରୁ ଲିକୁ ଉତ୍ତ୍ୟକ୍ତ ହୋଇ ଏକ କାଠଫାଳିଆରେ ଜେଜେମାକୁ ଅତର୍କିତ ଭାବେ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଜେଜେମାଙ୍କର ମୃତ୍ୟୁ ଘଟିଥିଲା। ଏପରିକି ଲିକୁ ନିଜ ମାଆ ଚମ୍ପା ସିଂଙ୍କୁ ବି ଆକ୍ରମଣ କରିବାକୁ ପଛାଇନଥିଲେ। ତାଙ୍କ ଛାତି ଏବଂ ପିଠିରେ ଗଭୀର ଆଘାତ ଲାଗିଛି। ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ପରେ ଖବର ପାଇ କଙ୍କଡାହାଡ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।
Powered by Froala Editor