ତାମିଲନାଡୁ ରାଜ୍ୟପାଳଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା
![ତାମିଲନାଡୁ ରାଜ୍ୟପାଳଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା](https://odishanewslens.com/news_gallery/28835_1711052477.jpg)
ପୁଣିଥରେ ତାମିଲନାଡୁ ରାଜ୍ୟପାଳଙ୍କୁ କଡ଼ା ଭାଷାରେ ଭତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼ କଡ଼ା ଭାଷାରେ ଟିପ୍ପଣୀ କରି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯଦି ରାଜ୍ୟପାଳ ସମ୍ବିଧାନ ପାଳନ କରୁ ନାହାନ୍ତି, ତେବେ ସରକାର କଣ କରୁଛନ୍ତି ? ସୁପ୍ରିମକୋର୍ଟର ଏହି ଖଣ୍ଡପୀଠରେ ବିଚାରପତି ଜେ.ବି ପାରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ର ମଧ୍ୟ ସାମିଲ ହୋଇଛନ୍ତି।
ପୋନମୁଡିଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୩ ବର୍ଷ ଜେଲଦଣ୍ଡ ମିଳିଥିଲା। ଏହା ବିରୋଧରେ ସେ ସୁପ୍ରିମକୋର୍ଟ ଯାଇଥିଲେ। ମାର୍ଚ୍ଚ ୧୧ରେ ତାଙ୍କ ଦଣ୍ଡାଦେଶ ଉପରେ ସର୍ବୋଚ୍ଚ ଅଦାଲତ ରୋକ ଲଗାଇଥିଲେ। ପୋନମୁଡିଙ୍କୁ ପୁଣି ମନ୍ତ୍ରୀ ଭାବେ ନିଯୁକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ସୁପାରିସ କରିଥିଲେ। ଏହି ସୁପାରିସରେ ମୋହର ମାରିବା ପାଇଁ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦାବି କରି ଡିଏମକେ ସରକାର ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ରାଜ୍ୟପାଳ ତାହା ପାଳନ କରୁନାହାନ୍ତି । ତେଣୁ ସୁପ୍ରିମକୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି । ସର୍ବୋଚ୍ଚ ଅଦାଲତ ରାଜ୍ୟପାଳ ରବିଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି।
ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି, ଏହି ମାମଲାରେ ରାଜ୍ୟପାଳ ଯେଉଁ ଭଳି କାମ ସବୁ କରୁଛନ୍ତି, ତା’କୁ ନେଇ ଆମେ ଗଭୀର ଭାବେ ଚିନ୍ତିତ। ସେ ଭାରତର ସୁପ୍ରିମକୋର୍ଟଙ୍କୁ ଅବମାନା କରିଛନ୍ତି। ଯେତେବେଳେ ଦଣ୍ଡାଦେଶ ଉପରେ କୋର୍ଟ ରୋକ ଲଗାଉଛନ୍ତି, ସେଥିରେ ରାଜ୍ୟପାଳଙ୍କ ଅନ୍ୟ କିଛି କରିବାର କିମ୍ବା କହିବାର ନାହିଁ।
Powered by Froala Editor