ଆଇଭିଏଫ ପାଇଁ ସର୍ବାଧିକ ବୟସ ୫୦, ପୁଅ ଜନ୍ମ ହେଲା କେମିତି ? ମୁସେୱାଲା ପରିବାରକୁ ସରକାରଙ୍କ ନୋଟିସ୍
ସ୍ବର୍ଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ମା’ ରବିବାର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ମୁସେୱାଲଙ୍କ ମୃତ୍ୟୁର ଦୁଇ ବର୍ଷ ପରେ ପୁଣି ଥରେ ପିତାମାତା ହେବାର ସୌଭାଗ୍ୟ ପାଇଛନ୍ତି ବାଲ କୌର ସିଂହ ଏବଂ ଚରଣ କୌର ସିଂହ। ପୁଅ ଜନ୍ମ ହେବାର ଖୁସି ପାଳନ କରିବା ପୂର୍ବରୁ ସେମାନଙ୍କ ପରିବାର ପାଇଁ ଆଉ ଏକ ସମସ୍ୟା ଦେଖାଦେଇଛି।
ସୂଚନାଯୋଗ୍ୟ, ମୁସେୱାଲାଙ୍କ ମାତା ଚରଣ କୌର ୫୮ବର୍ଷ ବୟସରେ ଇନ ଭିଟ୍ରୋ ଫର୍ଟିଲାଇଜେସନ (ଆଇଭିଏଫ) ସାହାଯ୍ୟରେ ଏକ ସନ୍ତାନ ଜନ୍ମ ଦେଇଥିଲେ। ଯେହେତୁ ଦେଶରେ ଆଇଭିଏଫ ପାଇଁ ସର୍ବାଧିକ ବୟସ ୫୦ ବର୍ଷରେ ସ୍ଥିର ହୋଇଛି, ଚରଣ କୌର ବିଦେଶରୁ ଏହି କୌଶଳ ମାଧ୍ୟମରେ ଗର୍ଭବତୀ ହୋଇଥିଲେ। ବର୍ତ୍ତମାନ ଏହି ପ୍ରସଙ୍ଗରେ ପରିବାର ସଦସ୍ୟଙ୍କୁ ଏକ ଆଇନଗତ ନୋଟିସ ପଠାଇବା କଥା ସାମ୍ନାକୁ ଆସିଛି।
ଅନ୍ୟପଟେ ପଞ୍ଜାବ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ବାଲ କୌର ସିଂହ । ସୋଶାଲ ମିଡିଆରେ ପୋଷ୍ଟ କରି ସେ କହିଛନ୍ତି, ଭଗବାନଙ୍କ ଆଶୀର୍ବାଦରୁ ଆମେ ପୁଣି ଥରେ ଆମ ପୁଅକୁ ଫେରି ପାଇଛୁ । କିନ୍ତୁ ଦ୍ୱିତୀୟ ସନ୍ତାନର ଜନ୍ମ ପରଠୁ ଭଗବନ୍ତ ମାନଙ୍କ ନେତୃତ୍ୱାଧୀନ ଆପ୍ ସରକାର ଆମକୁ ହଇରାଣ କରିବାକୁ ଆଗଭର ହୋଇଛି। ଏହି ଛୁଆ ବୈଧ ଅଟେ ବୋଲି ପ୍ରମାଣିତ କରିବାକୁ ସେମାନେ ମୋ’ ଉପରେ ଚାପ ପକାଉଛନ୍ତି। ଏଥିସହ ଛୁଆ ଜନ୍ମ ସଂକ୍ରାନ୍ତୀୟ କାଗଜପତ୍ର ଦାଖଲ କରିବାକୁ କହିଛନ୍ତି।
Powered by Froala Editor