ସିଏଏ ସ୍ଥଗିତ ଆବେଦନ ଖାରଜ
ସର୍ବୋଚ୍ଚ ଅଦାଲତ ଶୁଣାଣି କରି ସିଏଏ ସ୍ଥଗିତ ରଖିବାକୁ ହୋଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି। ତଥାପି, ସୁପ୍ରିମକୋର୍ଟ ଏନେଇ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ୨୩୭ଟି ଆବେଦନ ଉପରେ ଜବାବ ଦେବାକୁ କୋର୍ଟ ସରକାରଙ୍କୁ ତିନି ସପ୍ତାହ ସମୟ ଦେଇଛନ୍ତି।
ସୁପ୍ରିମକୋର୍ଟରେ ଶୁଣାଣି ସମୟରେ କେନ୍ଦ୍ର ପାଇଁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ପ୍ରସଙ୍ଗରେ ଉତ୍ତର ଦାଖଲ କରିବାକୁ ସମୟ ମାଗିଛନ୍ତି। ଏହା ଉପରେ ଆବେଦନକାରୀଙ୍କ ପକ୍ଷରୁ ଇନ୍ଦିରା ଜୟସିଂହ ଯୁକ୍ତି ଦର୍ଶାଇଥିଲେ ଯେ ଏହି ଆଇନ ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ୍ ଏବଂ ମାମଲା ଏକ ବଡ଼ ବେଞ୍ଚ ସମ୍ମୁଖରେ ପଠାଯିବା ଉଚିତ୍। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସିଏଏ ବିଜ୍ଞପ୍ତିରେ ରହିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏପ୍ରିଲ ୯ରେ ଏହାର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସେପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ ୩ସପ୍ତାହ ମଧ୍ୟରେ ଜବାବ ଦେବାକୁ ପଡିବ।
ଚଳିତ ବର୍ଷ ମାର୍ଚ୍ଚ ୧୧ରେ କେନ୍ଦ୍ର ସରକାର ସିଏଏ ଲାଗୁ କରାଯିବା ନେଇ ଘୋଷଣା କରିଥିଲେ। ଏହି ଆଇନ ଅନୁସାରେ, ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧାର୍ମିକ ନିର୍ଯାତନାର ଶିକାର ହୋଇ ଭାରତରେ ଶରଣାର୍ଥୀ ଜୀବନ କାଟୁଥିବା ବ୍ୟକ୍ତିଙ୍କୁ ଭାରତର ନାଗରିକତା ମିଳିବ। ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଭାରତରେ ଥିବା ମୁସଲିମଙ୍କୁ ଛାଡ଼ି ଅନ୍ୟ ଦେଶର ନାଗରିକଙ୍କୁ ସରକାର ନାଗରିକତା ପ୍ରଦାନ କରିବେ।
Powered by Froala Editor