ଜେଲରେ ଗ୍ୟାଙ୍ଗଓ୍ବାର୍ , ଆସିଲେ ୫ ଜିଲ୍ଲାର ପୁଲିସ ଫୋର୍ସ

ଗୁରୁବାର ପଞ୍ଜାବର ଗୁରୁଦାସପୁର ସେଣ୍ଟ୍ରାଲ ଜେଲରେ ଦୁଇ ଅପରାଧୀ ଗ୍ୟାଙ୍ଗ କଏଦୀଙ୍କ ମୁହାଁମୁହିଁ ହେବା ପରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ଦୁଇ ଗୋଷ୍ଠୀ ହେଉଛନ୍ତି ଗୋପା ଗ୍ୟାଙ୍ଗ ଓ ପ୍ରତାପ ସିଂ ହୋସିଆରପୁରିଆ ଗ୍ୟାଙ୍ଗ୍ । ହିଂସାକାଣ୍ଡ ଏତେ ଭୀଷଣ ଥିଲା ଯେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆସିଥିବା ୪ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ।
ସେପଟେ ଘଟଣାକୁ ଦୃଷ୍ଟିରେ ରଖି ୫ ଜିଲ୍ଲାର ପୁଲିସ ଫୋର୍ସ ଡକାଯାଇଥିବାବେଳେ ସାମରିକ ବାହିନୀ ମଧ୍ୟ ମୁତୟନ କରାଯାଇଛି । ଆହତ ହୋଇଥିବା ୪ଜଣ ପୁଲିସ କର୍ମଚାରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଥିବା କଏଦୀମାନଙ୍କ ମଧ୍ୟରେ କାହିଁକି ଝଗଡ଼ା ହେଲା ତାହା ସ୍ପଷ୍ଠ ହୋଇନାହିଁ ।
Powered by Froala Editor