ଜ୍ଞାନେଶ କୁମାର ଓ ସୁଖବୀର ସାନ୍ଧୁ ହେବେ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ଖାଲିପଡ଼ିଥିବା ୨ ନିର୍ବାଚନ କମିଶନର ପାଇଁ ମନୋନୟନ କରାଯାଇଛି । ଜ୍ଞାନେଶ କୁମାର ଓ ସୁଖବୀର ସାନ୍ଧୁ ହେବେ ନିର୍ବାଚନ କମିଶନର । ୨ ନିର୍ବାଚନ କମିଶନରଙ୍କ ସମ୍ପର୍କରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଚଳିତ ବର୍ଷ ଫେବୃଆରୀ ୧୪ରେ ନିର୍ବାଚନ କମିଶନର ଭାବେ କାର୍ୟ୍ୟ କରୁଥିବା ଅନୁପ ଚନ୍ଦ୍ର ପାଣ୍ଡେଙ୍କ କାର୍ୟ୍ୟକାଳ ଶେଷ ହୋଇଥିଲା। ଏହାପରେ ଶନିବାର ଅଚାନକ ଅରୁଣ ଗୋଏଲ ଅଚାନକ ଇସି ପଦରୁ ଇସ୍ତଫା ଦେଇଥିଲେ। ଫଳରେ ୨ଟି ଯାକ ନିର୍ବାଚନ କମିଶନର ପଦ ଏବେ ଖାଲି ପଡ଼ିଥିଲା । । ଏହି ପ୍ୟାନେଲରେ କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଅଛନ୍ତି। ପୂର୍ବରୁ ବରିଷ୍ଠତା ଭିତ୍ତିରେ ରାଷ୍ଟ୍ରପତି ନିର୍ବାଚନ କମିଶନର ନିଯୁକ୍ତ କରୁଥିବା ବେଳେ ନିକଟରେ ଏହି ଆଇନରେ ସଂଶୋଧନ ହୋଇଛି। ନୂଆ ଆଇନ ଅନୁସାରେ, ପ୍ରଥମେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଅଧ୍ୟକ୍ଷତାରେ ଏକ ସର୍ଚ୍ଚ କମିଟି ଗଠିତ ହୋଇଥିଲା ।। ଏଥିରେ ଗୃହ ସଚିବ ଓ ପର୍ସନେଲ୍ ଆଣ୍ଡ୍ ଟ୍ରେନିଂ ବିଭାଗ ସଚିବ ରହିଥିଲେ ।। ଏହି ସର୍ଚ୍ଚ କମିଟି ୨ଟି ଖାଲି ପଦବୀ ପାଇଁ ପାଞ୍ଚଟି ନାଁକୁ ନେଇ ୨ଟି ଭିନ୍ନ ଭିନ୍ନ ତାଲିକା ପ୍ରସ୍ତୁତ କରିଥିଲେ ।। ସେଥିରୁ ୨ଟି ନାଁ ଚୂଡ଼ାନ୍ତ କରାଯାଇଛି ।
ନଭେମ୍ବର ୧୯ରେ ପୂର୍ବତନ ପ୍ରଶାସନିକ ଅଧିକାରୀ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର(ଇସି) ଭାବେ ନିଯୁକ୍ତି ମିଳିଥିଲା। ଏହାକୁ ନେଇ ସେତେବେଳେ ବେଶ ବିବାଦ ହୋଇଥିଲା। କେଉଁ ନିୟମ ଓ ପ୍ରକ୍ରିୟା ଆଧାରରେ ଏପରି ନିଯୁକ୍ତି ହୋଇଛି, ସେକଥା ଜାଣିବାକୁ ଚାହିଁଥିଲେ ସୁପ୍ରିମକୋର୍ଟ। ଏଥିପାଇଁ କେନ୍ଦ୍ରକୁ ଫାଇଲ ଦାଖଲ କରିବାକୁ ବି କୁହାଯାଇଥିଲା।
Powered by Froala Editor