କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ ପୁଣି ଅଚଳ

ନୂଆଦିଲ୍ଲୀ: ପୁଣି ଥରେ ଅଚଳ ହୋଇଗଲା କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟ । ଖର୍ଚ୍ଚ କରିବାକୁ ଟଙ୍କାଟେ ବି ନାହିଁ । ଆର୍ଥିକ ସଙ୍କଟ ଦେଇ ଗତି କରୁଛି କଂଗ୍ରେସ। ଦାନ ରୂପରେ ଟଙ୍କା ଜମା ହେଉଥିବା କଂଗ୍ରେସ ଆକାଉଣ୍ଟକୁ ବିଜେପି ଅଚଳ କରି ଦେଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ।
ବିଜେପି ସରକାର ହୀନ ରାଜନୈତିକ ଚକ୍ରାନ୍ତ କରି କଂଗ୍ରେସର ଆକାଉଣ୍ଟକୁ ଫ୍ରିଜ୍ କରି ଦେଇଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ଆୟକର ବିଭାଗ ବି ଜୋରିମାନା ଲଗାଇଥିବା ସେ ଅଭିଯୋଗ ଆଣିଛନ୍ତି।
ବିଜେପିର ଏପରି ହୀନ ଚକ୍ରାନ୍ତ ସମ୍ପର୍କରେ ସମଗ୍ର ଦେଶବାସୀଙ୍କୁ ଅବଗତ କରାଇବା ସହ ଦେଶର ସମ୍ବିଧାନ ଓ ଲୋକତନ୍ତ୍ରକୁ ବଞ୍ଚାଇବାକୁ ଅପିଲ୍ କରିଛନ୍ତି ଖଡଗେ। ତେଣୁ ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ୍ ସପକ୍ଷରେ ଭୋଟ ଦେବାକୁ ସେଲୋକଙ୍କୁ ନିବେଦନ କରିଛନ୍ତି। ଏନେଇ ସେ କହିଛନ୍ତି, ଫ୍ରିଜ୍ ହୋଇଯାଇଥିବା ଆକାଉଣ୍ଟରେ ଆମ ପାର୍ଟିର ଟଙ୍କା ଥିଲା, ଯାହାକୁ କି ଜନସାଧାରଣ ଦାନ ରୂପରେ ଦେଇଥିଲେ। ହେଲେ ବିଜେପି ସରକାର ତାକୁ ବି ଫ୍ରିଜ କରି ଦେଇଛି। ଫଳରେ ଖର୍ଚ୍ଚ କରିବାକୁ ଆମ ପାଖରେ ଟଙ୍କାଟିଏ ବି ନାହିଁ ।
Powered by Froala Editor