ଅହମ୍ମଦନଗର ହେଲା ଅହଲ୍ୟାଦେବୀ ନଗର

ଅହମ୍ମଦନଗର ହୋଇଗଲା ଅହଲ୍ୟାଦେବୀ ନଗର । ଅହମ୍ମଦନଗରକୁ ଏବେ ‘ପୁଣ୍ୟାଶ୍ଲୋକ ଅହଲ୍ୟାଦେବୀ ନଗର’ ନାମରେ ନାମିତ କରାଯାଇଛି। ମହାରାଷ୍ଟ୍ର ସରକାର ବିଧିବଦ୍ଧ ଭାବେ ଏହି ଜିଲ୍ଲାର ନାଁ ପରିବର୍ତ୍ତନ କରିଛନ୍ତି । ଏହାକୁ ମହାରାଷ୍ଟ୍ର କ୍ୟାବିନେଟର ଅନୁମୋଦନ ମିଳିଛି।
ପୂର୍ବରୁ ଔରଙ୍ଗାବାଦର ନାମ ସମ୍ଭାଜୀ ନଗର ଓ ଓସମାନାବାଦର ନାମ ବଦଳାଯାଇ ଧରାଶିବ ରଖାଯାଇଥିଲା । କିଛିଦିନ ତଳେ ମହାରାଷ୍ଟ୍ର ସରକାର ନିଜ ନାମରେ ମାତାଙ୍କ ନାମ ଯୋଡ଼ିବା ପ୍ରସ୍ତାବକୁ ମଂଜୁରୀ ଦେଇଥିଲେ । ଖୋଦ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନିଜ ନାଁରେ ନିଜ ମାତାଙ୍କ ନାଁ ଯୋଡ଼ି ଏହି ପରିବର୍ତ୍ତନକୁ ପାଳନ କରିଛନ୍ତି । ସିନ୍ଦେଙ୍କ ନେମପ୍ଲେଟରେ ଏବେ ତାଙ୍କ ନାଁ ରହିଛି ‘ଏକନାଥ ଗଙ୍ଗୁବାଇ ସମ୍ଭାଜୀ ସିନ୍ଦେ’।
ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାରଙ୍କ ଏହି ପଦକ୍ଷେପ ହିନ୍ଦୁ ଭୋଟ୍ ବ୍ୟାଙ୍କ ହାସଲ ଦିଗରେ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
Powered by Froala Editor