ବିସ୍ଫୋରଣ ହେଲା ଜାପାନ ରକେଟ୍

ଟୋକିଓ: ଉଡ଼ାଣ ଭରିବାର କିଛି ସମୟ ପରେ ବିସ୍ଫୋରଣ ହେଲା ଜାପାନର ରକେଟ୍ । ବୁଧବାର କକ୍ଷପଥକୁ ପଠାଇଥିବା ପ୍ରଥମ ଘରୋଇ ରକେଟ ଉତକ୍ଷେରଣର କିଛି ସମୟ ପରେ ବିସ୍ଫୋରଣ ହୋଇଥିଲା । ଲାଇଭ ଷ୍ଟ୍ରିମିଂ ସମୟରେ ରେକର୍ଡ ହୋଇଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଏହି ରକେଟର ନାମ କୈରୋସ ରଖାଯାଇଥିଲା ।
ଭାଇରାଲ ହୋଇଥିବା ଭିଡିଓରେ କୈରୋସ ରକେଟ୍ କେନ୍ଦ୍ରୀୟ ଜାପାନର ୱାକାୟାମା ପ୍ରିଫେକ୍ଟରଏକ ପାହାଡିଆ ଅଞ୍ଚଳରେ ଟେକଅଫ କରିଥିବା ବେଳେ କିଛି ସେକେଣ୍ଡ ମଧ୍ୟରେ ମଝି ଆକାଶରେ ବିସ୍ଫୋରଣ ହୋଇଥିବା ଦେଖାଯାଇଥିଲା । ତେବେ ବିସ୍ଫୋରଣ ପରେ ଉକ୍ତ ଅଞ୍ଚଳ ଧୂଆଁମୟ ହୋଇଯାଇଥିବା ବେଳେ କେତେକ ସ୍ଥାନରେ ନିଆଁ ଲାଗିଯାଇଥିବା ନେଇ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଟୋକିଓ ବେସ୍ ଷ୍ଟାଟଅପ ସ୍ସେସ ଓ୍ବାନ ରକେଟ ନେଇ କୌଣସି ମତାମତ ଦେଇନାହିଁ ।
ଜାପାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଉତକ୍ଷେପଣରେ ଅନେକ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଥିଲା । ଏହାପୂର୍ବରୁ ଶନିବାର ଦିନ ଲଞ୍ଚ ନେଇ ଦିନ ଧାର୍ୟ୍ୟ ହୋଇଥିବା ବେଳେ ଏହାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା । ଯଦି ଏହା ସଫଳ ହୋଇଥାଆନ୍ତା ତାହେଲେ ସ୍ପେସ ଓ୍ବାନ ପ୍ରଥମ ଘରୋଇ କମ୍ପାନୀ ହୋଇଥାଆନ୍ତା । କକ୍ଷପଥରେ ରକେଟ ସ୍ଥାପନରେ ପ୍ରଥମ ହୋଇଥାଆନ୍ତା । ତେବେ କ୍ଷୟକ୍ଷତି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଖବର ହସ୍ତଗତ ହୋଇପାରି ନାହିଁ ।
Powered by Froala Editor