ନିର୍ବାଚନ ଘୋଷଣା ପୂର୍ବରୁ CAA ବିଜ୍ଞପ୍ତି ଜାରି
ଲୋକ ସଭା ନିର୍ବାଚନ ୨୦୨୪ ଘୋଷଣା ପୂର୍ବରୁ ସୋମବାର ଦେଶରେ ନାଗରିକତା ସଂଶୋଧନ ନିୟମ (ସିଏଏ) ଲାଗୁ କରିବା ନେଇ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ଏହି କ୍ରମରେ ସଂଖ୍ୟାଲଘୁ ହିନ୍ଦୁ, ଶିଖ, ଖ୍ରୀଷ୍ଟିଆନ, ବୌଦ୍ଧ, ପାର୍ସୀ ଓ ଜୈନ ଶରଣାର୍ଥୀ ପାଇବେ ଭାରତର ନାଗରିକତା ।
ନାଗରିକତା ସଂଶୋଧନ ନିୟମ (ସିଏଏ) ଅନୁଯାୟୀ, ୩୧ ଡିସେମ୍ବର ୨୦୧୪ ପୂର୍ବରୁ ବାଂଲାଦେଶ, ପାକିସ୍ଥାନ ଏବଂ ଆଫଗାନିସ୍ତାନରୁ ଭାରତକୁ ଆସିଥିବା ହିନ୍ଦୁ, ଶିଖ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିଆନଙ୍କ ସମେତ ନିର୍ଯାତନାର ସମ୍ମୁଖୀନ ହୋଇଥିବା ଅଣ-ମୁସଲମାନ ପ୍ରବାସୀ ଭାରତୀୟଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ କରାଯିବ। ଏଥିଲାଗି ଅନଲାଇନ ପୋର୍ଟାଲ ପ୍ରସ୍ତୁତ ହୋଇସାରଛି । ସମ୍ପୂର୍ଣ୍ଣ ଅନଲାଇନ୍ ହେବ ଏହି ପ୍ରକ୍ରିୟା । ଆବେଦକଙ୍କୁ କେବଳ ସେହି ବର୍ଷର ସୂଚନା ଦେବାକୁ ପଡ଼ିବ ଯେଉଁ ବର୍ଷ ସେମାନେ କୌଣସି ଦସ୍ତାବିଜ୍ ବିନା ଭାରତ ମଧ୍ଯକୁ ପ୍ରବେଶ କରିଥିଲେ । ଆବେଦକଙ୍କଠାରୁ କୌଣସି ପ୍ରମାଣପତ୍ର ମଗାଯିବ ନାହିଁ ।
ଡିସେମ୍ବର ୨୦୧୯ରେ ଏହା ସଂସଦରେ ପାରିତ ହୋଇଥିଲା। ଏହାକୁ ମଧ୍ୟ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଥିଲା। ଏହି ବିଲ ଭାରତର କୌଣସି ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ନୁହେଁ ଏବଂ ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ଅଧିକାରକୁ ସମାନ ଭାବରେ ସୁରକ୍ଷିତ ରହିବ। ଏହି ଆଇନ ଦ୍ବାରା କୌଣସି ଭାରତୀୟ ସେ ଯେକୌଣସି ଧର୍ମର ହୁଅନ୍ତୁ ନା କାହିଁକି ତାଙ୍କର ନାଗରିକତା ରଦ୍ଦ ହେବାର କୌଣସି ବ୍ୟବସ୍ଥା ନାହିଁ ।
Powered by Froala Editor