ରାସ୍ତା ଜାମ୍ରେ ଆଖି ବୁଜିଲା ନବଜାତ, ଜୀବନ ବଞ୍ଚାଇବାକୁ ଭିକ ମାଗିଲା ମା’

ନବଜାତର ଦେହ ବହୁତ ଖରାପ ଥିଲା ବାପା ମା’ ତୁରନ୍ତ ଧରି ହସ୍ପିଟାଲ ବାହାରିଥିଲେ । ହେଲେ ରାସ୍ତା ଜାମ ଯୋଗୁଁ ଠିକ୍ ସମୟରେ ପହଞ୍ôଚ ପାରିନଥିଲେ । ଯେଉଁଥିପାଇଁ ନବଜାତଟି ସବୁଦିନ ପାଇଁ ଆଖି ବୁଜି ଦେଇଛି । ଶିଶୁକୁ ହରାଇ ମା’ କୋହ ସମ୍ଭାଳିପାରୁନି । ରାସ୍ତାରେ ବାହୁନି ବାହୁନି ଶିଶୁକୁ କେହି ବଞ୍ଚାଇ ଦିଅ ବୋଲି ଭିକ ମାଗୁଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଉତ୍ତରପ୍ରଦେଶ ହମିରପୁର ଜିଲ୍ଲାରେ ।
ସୂଚନାଯୋଗ୍ୟ, ମୁସାନଗରରେ ରହୁଥିବା ଦମ୍ପତି ବାଇକ ଯୋଗେ ନିଜର ଅସୁସ୍ଥ ନବଜାତ ଶିଶୁ ଆଧ୍ୟାର ଚିକିତ୍ସା ପାଇଁ ହସ୍ପିଟାଲ ଯାଉଥିଲେ। ଏହି ସମୟରେ କାନପୁର-ସାଗର ଜାତୀୟ ରାଜପଥରେ ଲାଗିଥିବା ଗାଡ଼ି ଜାମ ଭିତରେ ଦୁହେଁ ଫସି ଯାଇଥିଲେ। ଚେଷ୍ଟା କରି ବି ସେମାନେ ଆଗକୁ ବଢ଼ି ପାରି ନଥିଲେ। ପୁଲିସ ବି ଏ ଦମ୍ପତିଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲା କିନ୍ତୁ ଚିକିତ୍ସାରେ ବିଳମ୍ବ ହେବାରୁ ରାଜପଥରେ ମା’ କୋଳରେ ହିଁ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛି। କୋଳରେ ନିଜ ଶିଶୁର ମୃତ୍ୟୁ ଦେଖି ମା’ ପାଗଳିପ୍ରାୟ ହୋଇପଡ଼ିଛି।
Powered by Froala Editor