କୁନୋ ଜାତୀୟ ଉଦ୍ୟାନରେ ଖୁସିର ମାହୋଲ : ୫ ଶାବକର ମା’ ହେଲା ଗାମିନୀ
କୁନୋ ଜାତୀୟ ଉଦ୍ୟାନରୁ ଖୁସି ଖବର ଆସିଛି। ଏଠାରେ ଏଠାରେ ମାଈ ଚିତା ଗାମିନୀ ୫ଟି ଶାବକକୁ ଜନ୍ମ ଦେଇଛନ୍ତି। କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ଏହି ସୂଚନା ଦେବା ସହ ଶାବକମାନଙ୍କର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋରେ, ମାଈ ଚିତା ତା’ର ଛୁଆମାନଙ୍କୁ ଗେହ୍ଲା କରୁଥିବା ଦେଖାଯାଉଛି।
ଭୁପେନ୍ଦ୍ର ଯାଦବ ତାଙ୍କ ପୋଷ୍ଟରେ କହିଛନ୍ତି ଯେ ୫ବର୍ଷୀୟା ଗାମିନୀ ୫ଛୁଆ ଜନ୍ମ ଦେଇଛି। ଏହା ସହିତ ଭାରତରେ ଜନ୍ମ ହୋଇଥିବା ଚିତା ଛୁଆ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି। ଦେଶର ମାଟିରେ ଆଣିଥିବା ଚିତାଙ୍କର ଏହା ହେଉଛି ଚତୁର୍ଥ ପରିବାର ଏବଂ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଏହା ପ୍ରଥମ ପରିବାର।
କୁନୋ ଜାତୀୟ ଉଦ୍ୟାନରେ ଛୁଆ ସମେତ ମୋଟ ଚିତାବାଘ ସଂଖ୍ୟା ୨୬ରେ ପହଞ୍ଚିଛି। ଚିତାବାଘ ପାଇଁ ଉପଯୁକ୍ତ ପରିବେଶ ସୁନିଶ୍ଚିତ କରିଥିବାରୁ ସେ ଜଙ୍ଗଲ ଅଧିକାରୀ, ପ୍ରାଣୀ ଚିକିତ୍ସକ ଏବଂ କ୍ଷେତ୍ର କର୍ମଚାରୀଙ୍କ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
କେନ୍ଦ୍ର ସରକାରଙ୍କ ପ୍ରୋଜେକ୍ଟ ଚିତା ଅଧୀନରେ ୨୦୨୨ ସେପ୍ଟେମ୍ବରରେ ନାମିବ୍ୟାରୁ ୮ଟି ଏବଂ ୨୦୨୩ ପ୍ରାରମ୍ଭରେ ଦକ୍ଷିଣ ଆଫ୍ରିକାରୁ ୧୨ଟି ଚିତା ଅଣାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୧୦ ଜଣ ଚିତାଙ୍କ ମୃତ୍ୟୁ ଘଟିଛି। ଗତ ଜାନୁଆରି ମାସରେ ଶୌର୍ଯ୍ୟ ନାମକ ଚିତାର ମୃତ୍ୟୁ ହୋଇଥିଲା ।
Powered by Froala Editor