ନକଲି ଶିକ୍ଷକ ତଥ୍ୟ ଦେଇନାହାନ୍ତି ୧୧ ଜିଲା ଶିକ୍ଷାଧିକାରୀ
ଭୁବନେଶ୍ୱର: ନକଲି ଶିକ୍ଷକଙ୍କ ତଥ୍ୟ ଦେଇନାହାନ୍ତି ୧୧ ଜିଲା ଶିକ୍ଷାଧିକାରୀ। ଏହାକୁ ନେଇ ଗଣଶିକ୍ଷା ବିଭାଗ ଉଦ୍ବେଗ ପ୍ରକାଶ କରିବା ସହ ତୁରନ୍ତ ତଥ୍ୟ ଦେବା ପାଇଁ ସମ୍ପୃକ୍ତ ଜିଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀର, ଗଜପତି, ଜଗତ୍ସିଂହପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ ଓ ସମ୍ବଲପୁର ଜିଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖାଯାଇଛି। ଜାଲ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ଶିକ୍ଷକଙ୍କ ସମ୍ପର୍କରେ ରାଜ୍ୟ ସରକାର କମ୍ପ୍ଲିଆନ୍ସ ବା ଅନୁପାଳନ ସତ୍ୟପାଠ ପ୍ରସ୍ତୁତ କରୁଛନ୍ତି। ରୁଜୁ ହୋଇଥିବା ଜନସ୍ବାର୍ଥ ମାମଲାରେ ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିବେ। କିନ୍ତୁ ୧୧ଟି ଜିଲାରୁ ତଥ୍ୟ ଆସି ନ ଥିବାରୁ ଅନୁପାଳନ ସତ୍ୟପାଠ ପ୍ରସ୍ତୁତ ହୋଇପାରୁ ନ ଥିବା ଚିଠିରେ ଉଲ୍ଲେଖ କରାଯାଇଛି। ତେଣୁ ତୁରନ୍ତ ନକଲି ଶିକ୍ଷକଙ୍କ ତଥ୍ୟ ଦେଲେ କମ୍ପ୍ଲିଆନ୍ସ ଆଫିଡେଭିଟ୍ ବା ଅନୁପାଳନ ସତ୍ୟପାଠ ପ୍ରସ୍ତୁତ କରି କୋର୍ଟରେ ଦାଖଲ କରାଯିବ ବୋଲି କୁହାଯାଇଛି।
Powered by Froala Editor