୧୧ ରୁ ବଢ଼ିବ ବର୍ଷା, ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ବର : ଆସନ୍ତା ଦୁଇଦିନ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ୧୧ ତାରିଖରୁ ବର୍ଷା ବଢ଼ିପାରେ । ୧୧ରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଥିବାବେଳେ ଆଭ୍ୟନ୍ତରୀଣର ଅନେକ ଜାଗାରେ ବର୍ଷା ହୋଇପାରେ । ୧୨ରୁ ପୁଣି ବଢ଼ିବ ବର୍ଷା ବିସୃତି। ୧୩ରୁ ପୁଣି ବର୍ଷା ପରିମାଣ କମିପାରେ।
ଶନିବାର ଖୋର୍ଦ୍ଧା, କଟକ, ପୁରୀ, ଯାଜପୁର, ଭଦ୍ରକ, କେନ୍ଦ୍ରପଡ଼ା, ଜଗତସିଂହପୁର, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢ଼େଙ୍କାନାଳ, ନୟାଗଡ଼, ଗଞ୍ଜାମ, ଗଜପତି,ରାୟଗଡ଼ା, କନ୍ଧମାଳ, ସୁନ୍ଦରଗଡ଼, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ରାଜ୍ୟରେ ଗତ ୨୪ ଘଣ୍ଟାରେ ମୌସୁମୀ ସକ୍ରିୟ ସହ ହାରାହାରି ବର୍ଷା ୧୭ ମିମି ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୭.୮ମିମି ତୁଳନାରେ ୧୧୯ ପ୍ରତିଶତ ଅଧିକ ରହିଛି। ସର୍ବାଧିକ ବର୍ଷା ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ସହର ରେ ୧୦୨.୪ ମିମି ବର୍ଷା ରେକର୍ଡ ହୋଇଛି।
Powered by Froala Editor