ସ୍ନାନବେଦୀକୁ ଆସିଲେ ଦାରୁଦିଅଁଁ, ହାତୀ ବେଶରେ ମଣ୍ଡିତ ହେବେ ଶ୍ରୀବିଗ୍ରହ
ପୁରୀ: ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ଚାଲି ଆସିଲେ ଦାରୁଦିଅଁଁ। ହାତୀ ବେଶରେ ମଣ୍ଡିତ ହେବେ ଶ୍ରୀବିଗ୍ରହ। ସେଠାରୁ ଯିବେ ଅଣସର ପିଣ୍ଡି । ନବଯୌବନ ଦର୍ଶନ ଦେଇ ସିଧା ରଥକୁ କରିବେ ବିଜେ । ଏହାପରେ ରଥଯାତ୍ରାରେ ଜନ୍ମବେଦୀ ଯାଇ ଶ୍ରୀମନ୍ଦିର ଫେରିବାବେଳକୁ ବିତିବ ୨୮ ଦିନ । ଦୀର୍ଘ ଅଠେଇଶ ଦିନ ପର୍ୟ୍ୟନ୍ତ ମହାପ୍ରଭୁ ରତ୍ନବେଦୀରେ ଦର୍ଶନ ଦେବେ ନାହିଁ ।ଆସନ୍ତା ଜୁଲାଇ ୧ ତାରିଖରେ ନୀଳାଦ୍ରି ବିଜେ ପରେ ଠାକୁରେ ୨ ତାରିଖରୁ ରତ୍ନବେଦୀରେ ଦର୍ଶନ ଦେବେ । ତେଣୁ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପୂର୍ବରୁ ଶ୍ରୀବିଗ୍ରହଙ୍କୁ ସ୍ନାନବେଦୀରେ ହାତୀ ବେଶ ଦର୍ଶକ କରିବାକୁ ବଡଦାଣ୍ଡରେ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମାଇଛନ୍ତି।
ମହାପ୍ରଭୁଙ୍କୁ ସ୍ନାନ ଯାତ୍ରା ପାଇଁ ଚଳିତ ବର୍ଷ ଶ୍ରୀକ୍ଷେତ୍ରରେ ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତିନିଜଣ କମାଡାଣ୍ଟ, ୧୨ ଅତିରିକ୍ତ ଏସପି, ୨୨ ଡିଏସପି, ୫୯ ଇନ୍ସପେକ୍ଟର, ୨୯୧ ସବ୍ ଇନ୍ସପେକ୍ଟର, ୩୩୧ କନଷ୍ଟେବଳ ସହ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଶ୍ରୀମନ୍ଦିର ସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ସିସିଟିଭି ସ୍ଥାପନ କରାଯାଇ ଏକ ସ୍ବତନ୍ତ୍ର ପୋଲିସ କଣ୍ଟ୍ରୋଲ ରୁମ୍ କରାଯାଇଛି।
Powered by Froala Editor