ଡିଏଲ ନବୀକରଣ ପାଇଁ ଅନ୍ଲାଇନ୍ ଡାକ୍ତରୀ ପ୍ରମାଣପତ୍ର ବାଧ୍ୟତାମୂଳକ

କଟକ : ଡ୍ରାଇଭିଂ ଲାଇସେନ୍ସର ନବୀକରଣ ପାଇଁ ଏକ ବଡ ଖବର ସାମତନାକୁ ଆସିଛି । ଏଣିକି ଡିଏଲ ନବୀକରଣ ପାଇଁ ବାଧ୍ୟତାମୂଳକ ହେବ ଅନ୍ଲାଇନ୍ ଡାକ୍ତରୀ ପ୍ରମାଣପତ୍ର । ୪୦ ବର୍ଷ ବୟସରୁ ଅଧିକ ଆବେଦନକାରୀଙ୍କ ପାଇଁ ଏହି ନିୟମ ଲାଗୁହେବ । ତେବେ ନୂତନ ଡିଏଲ ପାଇଁ ଆବେଦନ କରୁଥିବା ସମସ୍ତ ଆବେଦନକାରୀଙ୍କୁ ଏହି ନିୟମ ପାଳନ କରିବାକୁ ପଡିବ । ବର୍ତ୍ତମାନ ଆବେଦନକାରୀମାନେ ଏକ କାଗଜ ଫର୍ମାଟରେ ମାନୁଆଲ ଡାକ୍ତର ପ୍ରମାଣପତ୍ର ଦେଉଛନ୍ତି । ଅନଲାଇନ୍ ଆବେଦନ ସମୟରେ ଏହାକୁ ସାରଥୀ ପୋର୍ଟାଲରେ ଅପଲୋଡ୍ କରୁଛନ୍ତି । ଏହି ପ୍ରକ୍ରିୟାରେ ଡାକ୍ତରୀ ପ୍ରମାଣପତ୍ରର ସତ୍ୟତା ଜାଣିହେବ ନାହିଁ । ନକଲି ଡାକ୍ତର ପ୍ରମାଣପତ୍ର ମଧ୍ୟ ଅପଲୋଡ୍ ହେବାର ଆଶଙ୍କା ରହିଛି । ତେଣୁ ଆବେଦନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପ୍ରକୃତ ଡାକ୍ତରଙ୍କ ଦ୍ୱାରା ଉପଯୁକ୍ତ ଡାକ୍ତରୀ ପରୀକ୍ଷା ନିଶ୍ଚିତ କରିବାକୁ ଏସଟିଏ ଓଡିଶା ଏକ ନୂତନ ଅନଲାଇନ୍ ଡାକ୍ତର ପଞ୍ଜୀକରଣ ପୋର୍ଟାଲ୍ ବିକଶିତ କରିଛି ।
ଜାନୁଆରୀ ୨୬ ତାରିଖରୁ ୪୦ ବର୍ଷରୁ ଅଧିକ ବୟସର ଡିଏଲ ଓ ଏଲଏଲ ଆବେଦନକାରୀଙ୍କ ପାଇଁ ଡାକ୍ତରୀ ପ୍ରମାଣପତ୍ରର ଅନଲାଇନ୍ ପ୍ରଦାନ ବାଧ୍ୟତାମୂଳକ ହେବ। ୪୦ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ଡାକ୍ତରୀ ସାର୍ଟିଫିକେଟ୍, ଲର୍ଣ୍ଣର୍ ଲାଇସେନ୍ସ/ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କିମ୍ବା ଏହାର ନବୀକରଣ ପାଇଁ ଆବେଦନ କରିବା ସମୟରେ ଏହାକୁ ମାନୁଆଲ କରିବା ପରିବର୍ତ୍ତେ ଫର୍ମ ୧ (ଏ) ରେ ଉପସ୍ଥାପନ କରାଯାଇପାରିବ । ଡ୍ରାଇଭିଂ ଲାଇସେନ୍ସ ପାଇବାରେ ସହଜତା ଓ ଆରଟିଓ ଅଫିସ୍ରେ କମାଇବାକୁ ଓଡିଶା ସରକାରଙ୍କ ୫ଟି ନୀତି ଅନୁଯାୟୀ ଇଲେକ୍ଟ୍ରୋନିକ୍ ଭାବରେ ଫର୍ମ ୧ (ଏ) ରେ ଡାକ୍ତରୀ ପ୍ରମାଣପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
Powered by Froala Editor