ମଇଁଷି ମୂତ୍ର ଢାଳି ହେଲେ ପଶିବନି କରୋନା: ସୁର
ଭୁବନେଶ୍ୱର: କରୋନା ଚିକିତ୍ସା ନେଇ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ । କରୋନାର ଚିକିତ୍ସା ନେଇ ନିର୍ଦ୍ଧିଷ୍ଟ ଭାବେ ଏ ପର୍ଯ୍ୟନ୍ତ ଔଷଧ ଆସିନାହିଁ । ହେଲେ ସୁର କହୁଛନ୍ତି ମଇଁଷି ମୂତ୍ର ଢ଼ାଳିଦେଲେ ଓମିକ୍ରନ କରୋନା ଭଲ ହୋଇଯିବ । ଗଣମାଧ୍ୟମରେ ସୁରଙ୍କ ଏଭଳି ମନ୍ତବ୍ୟକୁ ନେଇ ବିଶେଷଜ୍ଞମାନେ ନାପସନ୍ଦ କରିଛନ୍ତି ।
ସୁର ଗଣମାଧ୍ୟମକୁ କହିଛନ୍ତି ମଇଁଷି ମୂତ୍ର ଜଣେ ଯଦି ୫-୭ ଥର ଢ଼ାଳି ହେଲେ କରୋନା କିଛି ପଶିବନି ବୋଲି ଶୁଣିବାକୁ ପାଉଛି । ହେଲେ ଏକଥା କାହାଠୁ ଶୁଣିବାକୁ ପାଇଛନ୍ତି ତାହା ବିଷୟରେ କିଛି କହି ନାହାନ୍ତି । ଜନ ପ୍ରତିନିଧିମାନଙ୍କ ଏଭଳି ମନ୍ତବ୍ୟ ଆଗକୁ କରୋନା ଲଢେ଼ଇରେ ବୁମେରାଂ ହୋଇପାରେ ବୋଲି ଅନେକ ମତ ଦେଇଛନ୍ତି ।
Powered by Froala Editor