ଟେଲିଗ୍ରାମ ଉପରେ ପ୍ରତିବନ୍ଧ ଜାରି ରହିବ
କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟରେ ଟେଲିଗ୍ରାମ ଉପରେ ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରି ଏକ ଆବେଦନର ଶୁଣାଣି ସମୟରେ ଅନେକ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ହାଇକୋର୍ଟରେ ଦାଖଲ ହୋଇଥିବା ଏହାର ଜବାବରେ, ସରକାର ଦାବି କରିଥିଲେ ଯେ, ଏହି ପ୍ଲାଟଫର୍ମ NEET ସମେତ ବିଭିନ୍ନ ପରୀକ୍ଷାର କଥିତ ପ୍ରଶ୍ନପତ୍ର ଲିକ୍ ଏବଂ ପ୍ରସାରଣ ପାଇଁ ବ୍ୟବହାର କରାଯାଇଛି। ସରକାର କୋର୍ଟକୁ କହିଥିଲେ ଯେ, ଟେଲିଗ୍ରାମ ଏବେ ନୂତନ ଡାର୍କ ୱେବ୍ ହେଉଛି, ଯାହା ବିଭିନ୍ନ ସାଇବର ଅପରାଧୀ ଏବଂ ଅନ୍ୟାନ୍ୟ ବିପଦଜନକ ବ୍ୟକ୍ତିଙ୍କ ପାଇଁ ଏକ ପଥ ଭାବରେ କାର୍ଯ୍ୟ କରୁଛି।
ଜଷ୍ଟିସ ତେଜସ୍ କାରିଆ ଆଇଟି ଆଇନର ସେକ୍ସନ ୬୯ଏ ଅନୁଯାୟୀ ଜାରି ହୋଇଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରି ୨୨ ଜୁନ୍ ପର୍ଯ୍ୟନ୍ତ ଟେଲିଗ୍ରାମ ବ୍ଲକ୍ କରିବାକୁ ସରକାରଙ୍କ ନିଷ୍ପତ୍ତିକୁ କାୟମ ରଖିଛନ୍ତି। ଟେଲିଗ୍ରାମ୍ ଆପ୍ରେ ଭାରତରେ ପାଖାପାଖି ୧୫ କୋଟି ୟୁଜର୍ସ ଅଛନ୍ତି, ଯେଉଁମାନେ ପରସ୍ପରକୁ ଏହା ଜରିଆରେ ସମ୍ବାଦ, ଭିଡିଓ, ଟେକ୍ସଟ ଆଦାନ ପ୍ରଦାନ କରିଥାନ୍ତି। କୋର୍ଟଙ୍କ ଏହି ରାୟ ସାମାନ୍ୟ ୟଜର୍ସଙ୍କ ପାଇଁ ଝଟ୍କା ପରି ହୋଇଛି।
ଏହାପୂର୍ବରୁ ଜଷ୍ଟିସ କରିୟାଙ୍କ ଅବକାଶକାଳୀନ ଖଣ୍ଡପୀଠ ଦିନକ ପୂର୍ବରୁ ପ୍ରଶ୍ନ ଉଠାଇ କହିଥିଲେ ଯେ, କେବଳ ମାତ୍ର କିଛି ୟୁଜର୍ସ ପରୀକ୍ଷା ଦେଉଛନ୍ତି ବୋଲି ମେସେଜିଂ ଆପ୍ର ୧୫ କୋଟି ବ୍ୟବହାରକାରୀଙ୍କ ଅଧିକାରକୁ କିପରି ସୀମିତ କରାଯାଇପାରିବ। ନିଟ୍ ପରୀକ୍ଷା ପୂର୍ବରୁ ଟେଲିଗ୍ରାମ ଆପ୍ର ଅପବ୍ୟବହାର ଆଶଙ୍କା କରି କେନ୍ଦ୍ର ସରକାର ଏହି ଆପ୍ ବ୍ୟବହାର ଉପରେ କିଛି ଦିନ ବ୍ୟାନ୍ ଲଗାଇ ଦେଇଥିଲେ। ଟେଲିଗ୍ରାମ୍ ପକ୍ଷରୁ ଏହାକୁ କୋର୍ଟରେ ଚାଲେଞ୍ଜ କରାଯାଇଥିଲା। କୋର୍ଟ ଗୁରୁବାର ଶୁଣାଣି ପରେ ରାୟ ସୁରକ୍ଷିତ ରଖିଥିଲେ।
ସରକାରଙ୍କ ଅନୁଯାୟୀ, ଆତଙ୍କବାଦୀ ସଂଗଠନ ସହିତ ଜଡିତ ଉପାଦାନ ଗୁଡ଼ିକ ଭୁଲ ସୂଚନା ପ୍ରସାର କରିବା ଏବଂ ସାର୍ବଜନୀନ ଶୃଙ୍ଖଳାକୁ ଅସ୍ଥିର କରିବା ପାଇଁ ଏହି ପ୍ଲାଟଫର୍ମ ଗୁଡ଼ିକୁ ବ୍ୟବହାର କରୁଛନ୍ତି।
Powered by Froala Editor