Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, July 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଓଲଟିଲା ସ୍ପିଡ୍‌ବୋଟ୍, ୧୫ ଭାରତୀୟଙ୍କ ...

  • ଭାରତର ଭୁଲ୍ ମାନଚିତ୍ର ପ୍ରଦର୍ଶନ ...

  • ବିଚାରପତିଙ୍କ ଆଡ଼କୁ କାଗଜ ଫିଙ୍ଗିବା ସହ ...

  • ଜାତୀୟ ସଙ୍ଗୀତ ଗାନ ଓ ଧୂନ୍ ନେଇ ନୂଆ ...

  • 'INS ମହେନ୍ଦ୍ରଗିରି' ଭାରତୀୟ ନୌସେନାରେ ...

  • ବାପା ବିଜୟ ଶର୍ମାଙ୍କୁ ମଧ୍ୟ ...

  • ୩୦ ଟଙ୍କା ଚୋରିର ଲାଞ୍ଛନା ସହି ପାରିଲେନି, ...

  • ପ୍ରଧାନ ବିଚାରପତିଙ୍କ ଉପରକୁ କାଗଜ ...

  • ଜାତୀୟ ସଙ୍ଗୀତ ଫିଲ୍ମର ଅଂଶ, ତେବେ ଠିଆ ...

  • ଜେଲ୍‌ ଯିବେ ରାଜପାଲ ଯାଦବ

ରାଜ୍ୟ
Home ›› ରାଜ୍ୟ ››ମା ମାନଙ୍କ ସଶକ୍ତିକରଣ ଦିଗରେ ଓଡିଶା ମିଶନ ଶକ୍ତି ସବୁବେଳେ ବାଟ ଦେଖାଇ ଚାଲିବ - ମୁଖ୍ୟମନ୍ତ୍ରୀ

ମା ମାନଙ୍କ ସଶକ୍ତିକରଣ ଦିଗରେ ଓଡିଶା ମିଶନ ଶକ୍ତି ସବୁବେଳେ ବାଟ ଦେଖାଇ ଚାଲିବ - ମୁଖ୍ୟମନ୍ତ୍ରୀ

2021-12-22 17:29:04
15603
Share:
Facebook
Twitter
E-Mail
WhatsApp
Telegram
ମା ମାନଙ୍କ ସଶକ୍ତିକରଣ ଦିଗରେ ଓଡିଶା ମିଶନ ଶକ୍ତି  ସବୁବେଳେ ବାଟ ଦେଖାଇ ଚାଲିବ  - ମୁଖ୍ୟମନ୍ତ୍ରୀ

ରାଜ୍ୟରେ ମିଶନ ଶକ୍ତି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବ୍ୟବସ୍ଥା ସହିତ ସୁଧ ରିହାତି ପ୍ରଦାନ, ଅନ୍‌ ଲାଇନ ମାର୍କେଟ ବ୍ୟବସ୍ଥାର ଶୁଭାରମ୍ଭ, କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କ ପୋଷାକ ପାଇଁ ଭତ୍ତା ଘୋଷଣା, ଫେଡେରେସନ ଇସି ମେମ୍ବର ମାନଙ୍କ ବୈଠକ ବାବଦ ଦେୟ ଓ ଗସ୍ତ ପାଇଁ  ଭତ୍ତା ଘୋଷଣା, ଜିଲ୍ଲା ସ୍ତରରେ ମିଶନ ଶକ୍ତି ଗଠନ ପାଇଁ ପ୍ରତ୍ୟେକ ଜିଲ୍ଲାକୁ ଏକ କୋଟି ଟଙ୍କା ଲେଖାଏ ଘୋଷଣା ଆଦି ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହାଦ୍ବାରା ତୃଣମୂଳ ସ୍ତରରେ ମିଶନ ଶକ୍ତି ଆନ୍ଦୋଳନ ଆହୁରି ଜୋରଦାର ହେବା ସହିତ ଆର୍ଥିକ ଦୃଷ୍ଟିରୁ ଅଧିକ ସଶକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ।


    ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ମା ମାନଙ୍କ ସଶକ୍ତିକରଣ ବିନା କୌଣସି ରାଜ୍ୟ ବା ଦେଶ କିମ୍ବା ପରିବାର ଆଗେଇ ପାରିବ ନାହିଁ । ଓଡିଶା ମିଶନ ଶକ୍ତି ମା ମାନଙ୍କ ସଶକ୍ତିକରଣ ଦିଗରେ ସବୁବେଳେ ବାଟ ଦେଖାଇ ଚାଲିବ।  


         ୨୦ ବର୍ଷ ତଳେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମ ଆଜି ୭୦ ଲକ୍ଷ ମା ମାନଙ୍କର ଏକ ବିରାଟ ଆନ୍ଦୋଳନ ହୋଇପାରିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ ମିଶନ ଶକ୍ତି ମା ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ବିଭାଗ ଅଛି ।


    ମିଶନ ଶକ୍ତି ପାଇଁ ୫୦୦୦ କୋଟି ଟଙ୍କାର କାମ ଦେବା ପାଇଁ କ୍ୟାବିନେଟ୍‌ରେ ନିଷ୍ପତ୍ତି ହୋଇଥିବା ବିଷୟ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ରାଜ୍ୟ ସରକାରଙ୍କ ୨୧ଟି ବିଭାଗ ମିଶନ ଶକ୍ତିକୁ କାମ ଯୋଗାଇ ଦେଉଛନ୍ତି ।


    ମିଶନ ଶକ୍ତିର ମା ମାନେ ଏ ବର୍ଷ ଏପର୍ଯ୍ୟନ୍ତ ୬୦୦୦ କୋଟି ଟଙ୍କାର ଋଣ ନେଲେଣି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ଋଣ ପାଇଁ ସୁଧ ରିହାତି ବାବଦରେ ୨୦୦ କୋଟି ଟଙ୍କା ଦିଆଗଲା ।   ଏଥିପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ବ୍ୟାଙ୍କ ମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଥିଲେ । ଷ୍ଟେଟ ବ୍ୟାଙ୍କ, ଓଡିଶା ଗ୍ରାମ୍ୟ ବ୍ୟାଙ୍କ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ, ପଞ୍ଜାବ ନେସ୍‌ନାଲ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ ଓ ୟୁକୋ ବ୍ୟାଙ୍କ ଆଦି ବ୍ୟାଙ୍କ ଗୁଡିକୁ ସୁଧ ରିହାତି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ । ଅନ୍ୟ ବ୍ୟାଙ୍କଗୁଡିକ ମାନେ ଏହିଭଳି ଭାବରେ କାମ କରିବା ପାଇଁ ସେ ପରାମର୍ଶ ଦେଇଥିଲେ ।


    ମିଶନ ଶକ୍ତିର ମା ମାନଙ୍କ ଦ୍ବାରା ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରକାଶ କରିବା ସହିତ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରରେ ମିଶନ ଶକ୍ତି ବଜାର ପାଇଁ ଭିତ୍ତିଭୂମି ରଖିଥିଲେ । ଏହାସହିତ ମିଶନ ଶକ୍ତିର ଅନ୍‌ଲାଇନ ମାର୍କେଟିଂର ଶୁଭାରମ୍ଭ ମଧ୍ୟ କରିଥିଲେ । ଏହାଦ୍ବାରା ସାରା ବିଶ୍ବରେ ମିଶନ ଶକ୍ତି ମା ମାନଙ୍କର ଦ୍ରବ୍ୟ ବିକ୍ରୟ ହୋଇପାରିବ ଏବଂ ଆମେରିକା ଓ ଲଣ୍ଡନର ଲୋକମାନେ ମୟୁରଭଂଜ ଓ ମାଲକାନଗିରିର ମିଶନ ଶକ୍ତି ମା ମାନଙ୍କର ଦ୍ରବ୍ୟ କିଣି ପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହାଦ୍ବାରା ମା ମାନଙ୍କ ରୋଜଗାର ବୃଦ୍ଧି ହେବ ବୋଲି ସେ କହିଥିଲେ । ଆଗାମୀ ଦିନରେ ସାରା ରାଜ୍ୟରେ ଏଭଳି ମିଶନ ଶକ୍ତି ବଜାର ସୃଷ୍ଟି କରାଯିବ ବୋଲି ସେ ଘୋଷଣା କରିଥିଲେ ।


    ଆର୍ଥିକ ଦୃଷ୍ଟିରୁ ମା ମାନଙ୍କୁ ସଶକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯେଉଁ ଗାଁରେ ବ୍ୟାଙ୍କ ନାହିଁ, ସେଠାରେ ସ୍ବୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କ ସଖୀ ମାନଙ୍କୁ ଦାୟିତ୍ବ ଦିଆଯିବ।


    ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏବେ ସବୁ ପଞ୍ଚାୟତ ଓ ୱାର୍ଡରେ ମିଶନ ଶକ୍ତି ଘର ନିର୍ମାଣ କରାଯାଉଛି । ସବୁ ବ୍ଲକ୍‌ ଓ ରାଜ୍ୟ ସ୍ତରରେ ମଧ୍ୟ ମିଶନ ଶକ୍ତି ଭବନ କରାଯିବ ବୋଲି ସେ ପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ ପ୍ରତି ଜିଲ୍ଲାରେ ଜିଲ୍ଲା ମିଶନ ଶକ୍ତି ଭବନ ନିର୍ମାଣ କରାଯିବ। ଏଥିପାଇଁ ପ୍ରତ୍ୟେକ ଜିଲ୍ଲାକୁ ଏକ କୋଟି ଟଙ୍କା ଲେଖାଏ ଦିଆଯିବ।


    ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମିଶନ ଶକ୍ତିର ମା ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ସମସ୍ୟା ସମାଧାନ ପାଇଁ ବ୍ୟବସ୍ଥା କରିବାକୁ ସେ ମିଶନ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ମିଶନ ଶକ୍ତି ମା ମାନଙ୍କ ଅନୁରୋଧ ଅନୁଯାୟୀ ରାଜ୍ୟ ସରକାର ମିଶନ ଶକ୍ତି ଫେଡେରେସନର EC ସଦସ୍ୟ ମାନଙ୍କ ବୈଠକ ବାବଦ ଖର୍ଚ୍ଚ ଓ ଗସ୍ତ ପାଇଁ ଭତ୍ତା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏଥିପାଇଁ ସେ ୨୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି କହିଥିଲେ।


    ସେହିପରି ପଞ୍ଚାୟତ ସ୍ତରରେ ସବୁ କମ୍ୟୁନିଟି ସପୋର୍ଟ ଷ୍ଟାଫ ମାନଙ୍କ ପୋଷାକ (Uniform)  ପାଇଁ ଭତ୍ତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।


    କୋଭିଡ ଠାରୁ ଆରମ୍ଭ କରି ବିଭିନ୍ନ ଜରୁରୀ ସମୟରେ ମିଶନ ଶକ୍ତିର ମା ମାନେ ଭଲ କାମ କରିଛନ୍ତି । ସେଥିପାଇଁ ଓଡିଶା ଋଣୀ । ମିଶନ ଶକ୍ତିର ମା ମାନଙ୍କୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେମାନେ ମିଶନ ଶକ୍ତିର ଗୌରବ ବୃଦ୍ଧି କରିଛନ୍ତି।


    କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମିଶନ ଶକ୍ତି ବିଭାଗର ମନ୍ତ୍ରୀ ଶ୍ରୀମତୀ ଟୁକୁନୀ ସାହୁ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କଥା ନୁହେଁ, କାମରେ ବିଶ୍ବାସ କରନ୍ତି । ତାଙ୍କର ଦୃଢ ନେତୃତ୍ବ ଯୋଗୁ ମିଶନ ଶକ୍ତି କାର୍ଯ୍ୟକ୍ରମ ଆଜି ଶକ୍ତିଶାଳୀ ହୋଇପାରିଛି । ଏଥିରେ ସ୍ବାଗତ ଭାଷଣ ଦେଇ ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ସୁଜାତା କାର୍ତ୍ତିକେୟ ଆଜି ଦିନଟିକୁ ମିଶନ ଶକ୍ତି ପାଇଁ ଏକ ଐତିହାସିକ ଦିନ ଭାବରେ ବର୍ଣ୍ଣନା କରିଥିଲେ ଏବଂ ମା ମାନେ ସରକାର ଓ ସମାଜ ମଧ୍ୟରେ ସେତୁବନ୍ଧ ଭାବରେ କାମ କରି ଆନ୍ଦୋଳନକୁ ମଜବୁତ କରିଛନ୍ତି ବୋଲି କହିଥିଲେ । ବିଭାଗୀୟ ଉପଦେଷ୍ଟା ଶ୍ରୀମତୀ ଲୋପାମୁଦ୍ରା ବକ୍‌ସିପାତ୍ର, ବରଗଡ, ନୂଆପଡା, ଗଞ୍ଜାମ ଓ ମୟୁରଭଂଜର ମିଶନ ଶକ୍ତି ବ୍ଲକ୍‌ ସଭାନେତ୍ରୀ ମାନଙ୍କ ସହିତ ମତ ବିନିମୟ କରିଥିଲେ ।


    ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜି ମିଶନ ଶକ୍ତିର ଇ-ମାର୍କେଟିଂ ପାଇଁ ଅନ୍‌ଲାଇନ ପୋର୍ଟାଲର ଶୁଭାରମ୍ଭ କରିବା ସହିତ ଭୁବନେଶ୍ବର SIRD campusରେ ମିଶନ ଶକ୍ତି ବଜାର ପାଇଁ ଭିତ୍ତି ରଖିଥିଲେ। ଏହାସହିତ ସୁଧ ରିହାତି ବଣ୍ଟନ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ ।

    ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।


    ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଭର୍ଚ୍ୟୁଆଲ ମାଧ୍ୟମରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ୩୧୪ ବ୍ଲକ୍‌ର ବ୍ଲକ୍‌ ଫେଡେରେସନର ସଭାନେତ୍ରୀମାନେ ଯୋଗ ଦେଇଥିଲେ ।

Powered by Froala Editor

Tags Chief Minister Odisha , Naveen Patnaik , Mission Shakti

Related articles Odisha News Lens 4.1

  • ଜେଲ୍‌ ଯିବେ ରାଜପାଲ ଯାଦବ
    ଦେଶ-ଦେଶାନ୍ତର

    ଜେଲ୍‌ ଯିବେ ରାଜପାଲ ଯାଦବ

    14996
    Jul 10, 2026
  • ଜାତୀୟ ସଙ୍ଗୀତ ଫିଲ୍ମର ଅଂଶ, ତେବେ ଠିଆ ହେବା ବାଧ୍ୟତାମୂଳକ ନୁହେଁ
    ଦେଶ-ଦେଶାନ୍ତର

    ଜାତୀୟ ସଙ୍ଗୀତ ଫିଲ୍ମର ଅଂଶ, ତେବେ ଠିଆ ହେବା ବାଧ୍ୟତାମୂଳକ ନୁହେଁ

    13557
    Jul 11, 2026
  • ଜାତୀୟ ସଙ୍ଗୀତ ଗାନ ଓ ଧୂନ୍ ନେଇ ନୂଆ ନିର୍ଦ୍ଦେଶନାମା ଜାରି: ‘ବନ୍ଦେ ମାତରମ୍ ’ ପ୍ରଥମେ ...
    ଦେଶ-ଦେଶାନ୍ତର

    ଜାତୀୟ ସଙ୍ଗୀତ ଗାନ ଓ ଧୂନ୍ ନେଇ ନୂଆ ନିର୍ଦ୍ଦେଶନାମା ଜାରି: ‘ବନ୍ଦେ ମାତରମ୍ ’ ପ୍ରଥମେ ...

    15320
    Jul 11, 2026
  • ଓଲଟିଲା ସ୍ପିଡ୍‌ବୋଟ୍, ୧୫ ଭାରତୀୟଙ୍କ ମୃତ୍ୟୁ
    ଦେଶ-ଦେଶାନ୍ତର

    ଓଲଟିଲା ସ୍ପିଡ୍‌ବୋଟ୍, ୧୫ ଭାରତୀୟଙ୍କ ମୃତ୍ୟୁ

    14602
    Jul 11, 2026
  • ବାପା ବିଜୟ ଶର୍ମାଙ୍କୁ ମଧ୍ୟ ମାରିଦେଇଥିଲା ଆୟୁଷୀ !
    ଦେଶ-ଦେଶାନ୍ତର

    ବାପା ବିଜୟ ଶର୍ମାଙ୍କୁ ମଧ୍ୟ ମାରିଦେଇଥିଲା ଆୟୁଷୀ !

    15004
    Jul 11, 2026
  •  'INS ମହେନ୍ଦ୍ରଗିରି' ଭାରତୀୟ ନୌସେନାରେ ସାମିଲ
    ଦେଶ-ଦେଶାନ୍ତର

    'INS ମହେନ୍ଦ୍ରଗିରି' ଭାରତୀୟ ନୌସେନାରେ ସାମିଲ

    15269
    Jul 11, 2026
  • ପ୍ରଧାନ ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
    ଦେଶ-ଦେଶାନ୍ତର

    ପ୍ରଧାନ ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ

    13942
    Jul 11, 2026
  • ବିଚାରପତିଙ୍କ ଆଡ଼କୁ କାଗଜ ଫିଙ୍ଗିବା ସହ ଅଶ୍ଳୀଳ ଭାଷା ପ୍ରୟୋଗ କଲେ ଆବେଦନକାରୀ
    ଦେଶ-ଦେଶାନ୍ତର

    ବିଚାରପତିଙ୍କ ଆଡ଼କୁ କାଗଜ ଫିଙ୍ଗିବା ସହ ଅଶ୍ଳୀଳ ଭାଷା ପ୍ରୟୋଗ କଲେ ଆବେଦନକାରୀ

    15206
    Jul 11, 2026
  • ଭାରତର ଭୁଲ୍ ମାନଚିତ୍ର ପ୍ରଦର୍ଶନ କରାଯିବାକୁ ନେଇ ଆପତ୍ତି
    ଦେଶ-ଦେଶାନ୍ତର

    ଭାରତର ଭୁଲ୍ ମାନଚିତ୍ର ପ୍ରଦର୍ଶନ କରାଯିବାକୁ ନେଇ ଆପତ୍ତି

    13750
    Jul 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ବାପା ବିଜୟ ଶର୍ମାଙ୍କୁ ମଧ୍ୟ ମାରିଦେଇଥିଲା ଆୟୁଷୀ !

    15004
    Jul 11, 2026
  • ଦେଶ-ଦେଶାନ୍ତର

    ବିଚାରପତିଙ୍କ ଆଡ଼କୁ କାଗଜ ଫିଙ୍ଗିବା ସହ ଅଶ୍ଳୀଳ ଭାଷା ପ୍ରୟୋଗ କଲେ ଆବେଦନକାରୀ

    15206
    Jul 11, 2026
  • ଦେଶ-ଦେଶାନ୍ତର

    ପ୍ରଧାନ ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ

    13942
    Jul 11, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16971
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17583
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17637
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18037
    Sep 06, 2023

ବିଶେଷ

  • ଛୋଟପିଲାଙ୍କ ଠାରେ ଥିଲେ ମଧୁମେହ ଲକ୍ଷଣ କେମିତି ଜାଣିବେ ?

    14565
    Jul 10, 2026
  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15532
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15637
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15443
    Jul 05, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    15309
    Jul 03, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15840
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15709
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13816
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14932
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବାପା ବିଜୟ ଶର୍ମାଙ୍କୁ ମଧ୍ୟ ମାରିଦେଇଥିଲା ଆୟୁଷୀ !

    15004
    Jul 11, 2026
  • ଓଲଟିଲା ସ୍ପିଡ୍‌ବୋଟ୍, ୧୫ ଭାରତୀୟଙ୍କ ମୃତ୍ୟୁ

    14602
    Jul 11, 2026
  • ଭାରତର ଭୁଲ୍ ମାନଚିତ୍ର ପ୍ରଦର୍ଶନ କରାଯିବାକୁ ନେଇ ଆପତ୍ତି

    13750
    Jul 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In