ଘରେ ବନାନ୍ତୁ ଦଲିଆ ଖେଚୁଡ଼ି
ଆବଶ୍ୟକ ସାମଗ୍ରୀ: ଦଲିଆ,ତେଲ,ଲୁଣ,ହଳଦୀ ପାଉଡ଼ର, ଭୁ୍ରସଙ୍ଗ ପତ୍ର,ଜିରା,ଫୁଲକୋବି, ବିନ୍ସ,ଗାଜର,ରାଜମା,ଅଦା,ପିଆଜ,ରସୁଣ,ଟମାଟୋ ।
ପ୍ରସ୍ତୁତ ପ୍ରଣ।ଳୀ:
ପ୍ରଥମେ ଲୁଣ,ହଳଦୀ ପାଉଡ଼ର ଏବଂ ପାଣି ଦେଇ ଦଲିଆକୁ ସିଝାଇ ରଖିବେ । ତାପରେ ଗ୍ୟାସରେ କଡେ଼ଇ ବସେଇ ତେଲ ପକାଇବେ । ତେଲ ଗରମ ହେବା ପରେ ସେଥିରେ ଜିରା,ଭ୍ରୁସଙ୍ଗପତ୍ର,କଟା ଅଦା କଟା ରସୁର ପକାଇ ଫୁଟାଇବେ । ଏହାପରେ ସେଥିରେ କଟା ପିଆଜ ପକାଇ ଭାଜିବେ । ପିଆଜ ଭାଜି ହୋଇ ଆସିଲେ,ସେଥିରେ ଟମାଟୋ ପକାଇ ମିକ୍ସ କରିବେ । ଟମାଟୋ ମିକ୍ସ ହେବା ପରେ ସେଥିରେ ଛୋଟଛୋଟ କଟା ହୋଇଥିବା ଫୁଲକୋବି,ବିନ୍ସ,ଗାଜର,ରାଜମା ପକାଇ ଭାଜିବେ । ଏହା ହାଲ୍କା ଭାଜି ହେବା ପରେ, ସେଥିରେ ଲଙ୍କା ପାଉଡ଼ର,ହଳଦୀ ପାଉଡ଼ର,ଲୁଣ ଏବଂ ସିଝାଇ ରଖିଥିବା ଦଲିଆ ପକାଇ ଭଲଭାବେ ଗୋଳାଇବେ । ସେଥିରେ ଆବଶ୍ୟକ ଅନୁଯାୟୀ ପାଣି ଢାଳିବେ । ଏହା ଭଲଭାବରେ ମିକ୍ସ ହେବା ପରେ ଗ୍ୟାସ ବନ୍ଦ କରିବେ । ପ୍ରସ୍ତତ ହୋଇଗଲା ଆପଣଙ୍କର ସ୍ପେସିଆଲ ଦଲିଆ ଖେଚୁଡ଼ି ଏବେ ଏହାକୁ ନିଜେ ଖାଆନ୍ତୁ ଓ ଅନ୍ୟକୁ ଏହାର ମଜା ଚଖାନ୍ତୁ ।
Powered by Froala Editor