ଡିସେମ୍ବରରେ ରିଲିଜ୍ ହେବ ‘ମେରେ ରହୋ’

ଆମିର ଖାନ୍ ପ୍ରଡକ୍ସନ୍ସର ଅପ୍କମିଙ୍ଗ ରୋମାଣ୍ଟିକ୍ ଫିଲ୍ମର ଆସୁଛି । ଯାହାର ନାଁ ‘ମେରେ ରହୋ’ । ଡିସେମ୍ବର ୧୨ ତାରିଖରେ ଫିଲ୍ମଟି ମୁକ୍ତିଲାଭ କରିବ । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁନୀଲ ପାଣ୍ଡେ । ଆମିରଙ୍କ ସମେତ ମନସୂର ଖାନ୍ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି । ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଜୁନେଦ ଖାନ୍ ଓ ସାଉଥ୍ ନାୟିକା ସାଈ ପଲ୍ଲବୀ ।
ଜାପାନର ସୁନ୍ଦର ପରିବେଶରେ ଫିଲ୍ମଟି ପ୍ରସ୍ତୁତ ହୋଇଛି । ୨୦୨୪ ଆରମ୍ଭରେ ସେଠାରେ ଫିଲ୍ମର ଅ%ିକାଂଶ ସୁଟିଂ ହୋଇଥିଲା । ଏହା ପୂର୍ବରୁ ଫିଲ୍ମର ନାଁ ‘ଏକ୍ ଦିନ’ ରଖାଯାଇଥିଲା ଏବଂ ଆସନ୍ତା ନଭେମ୍ବର ୭ରେ ମୁକ୍ତିଲାଭ ହେବାର ଥିଲା । ତାହା ହୋଇଥିଲେ, ଅଗସ୍ତ୍ୟ ନନ୍ଦାଙ୍କ ‘ଇକ୍କିଶ୍’ ସହିତ ଫିଲ୍ମର ଟକ୍କର ହୋଇଥାନ୍ତା । ଏବେ କିନ୍ତୁ ‘ମେରେ ରହୋ’ ଡିସେମ୍ବରରେ ମୁକ୍ତିଲାଭ କରିବ ଏବଂ କାହା ସହିତ ତା’ର ଟକ୍କର ହେବ ନାହିଁ ବୋଲି ସୂଚନା ମିଳିଛି ।
Powered by Froala Editor