ପଡ଼ୋଶୀଙ୍କୁ ଚିଡ଼ାଇବା ପାଇଁ କୁକୁରକୁ ଡାକିଲେ ‘ଶର୍ମାଜୀ’

କୁକୁର ନାଁ ଶର୍ମାଜୀ । ହଁ ଏମିତି ଅଜବ ନାଁ ରଖିଛନ୍ତି ଇନ୍ଦୋରରେ ଜଣେ ବ୍ୟକ୍ତି । ଏମିତି କରିବା ପଛରେ ଏକ କାରଣ ବି ରହିଛି । ପଡ଼ୋଶୀଙ୍କୁ ଚିଡାଇବା । ତାଙ୍କ ପଡିଶାରେ ରହୁଥିବା ଶର୍ମା ପରିବାରକୁ ଥଟା କରିବାକୁ ବ୍ୟକ୍ତି ଜଣକ ପୋଷା କୁକୁର ନାଁ ‘ଶର୍ମାଜୀ’ ରଖିଛନ୍ତି । ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି । ଏମିତିକି ମାମଲା ଥାନାରେ ପହଞ୍ଚିଛି ।
ଅଭିଯୋଗ ଅନୁସାରେ, ଭୂପେନ୍ଦ୍ର ସିଂହ ନାମକ ଏହି ବ୍ୟକ୍ତି ପୋଷା କୁକୁର ନାଁ ‘ଶର୍ମାଜୀ’ ରଖିବା ପରେ ତାଙ୍କ ପଡ଼ୋଶୀ ବିରେନ୍ଦ୍ର ଶର୍ମା ଓ ତାଙ୍କ ପତ୍ନୀ କିରଣଙ୍କ ପାରା ପଞ୍ଚମରେ ପହଞ୍ଚିଗଲା । ବିରେନ୍ଦ୍ର ଅଭିଯୋଗ ଆଣିଲେ, ଭୂପେନ୍ଦ୍ର ଜାଣି ଜାଣି କୁକୁରକୁ ‘ଶର୍ମାଜୀ’ କହିଲେ ଏବଂ ସାଙ୍ଗମାନଙ୍କ ସାମ୍ନାରେ ଆପତ୍ତିଜନକ ଟିପ୍ପଣୀ ଦେଲେ । ତାଙ୍କ ପତ୍ନୀ କିରଣ ବିରୋଧ କରିବାରୁ ମାରପିଟ୍ ପର୍ଯ୍ୟନ୍ତ କଥା ଗଲା । ଘଟଣା ପରେ ଦମ୍ପତି ରାଜେନ୍ଦ୍ର ନଗର ଥାନାରେ ଅଭିଯୋଗ କରିଛନ୍ତି ।
Powered by Froala Editor