୪ ଟଙ୍କା ବଢ଼ିଲା ଅମୁଲ କ୍ଷୀର
ଅମୁଲ୍ ଗୋଲ୍ଡର ଲିଟର ପିଛା ଦାମ୍ ୪ ଟଙ୍କା ଏବଂ ଅମୁଲ୍ ତାଜାର ଦାମ୍ ୨ ଟଙ୍କା ବୃଦ୍ଧି କରାଯାଇଛି। ଅମୁଲ୍ କ୍ଷୀରର ଦାମ୍ରେ ୪ରୁ ୫ ପ୍ରତିଶତ ବୃଦ୍ଧି କରିଛି । ଅମୁଲ୍ ଗୋଲ୍ଡର ଲିଟର ପିଛା ଦର ୭୦ ଟଙ୍କାରୁ ବଢ଼ି ୭୪ ଟଙ୍କା ହୋଇଛି । ସେହିପରି ଅମୁଲ୍ ତାଜାର ଲିଟର ପିଛା ଦାମ୍ ୨ ଟଙ୍କା ବୃଦ୍ଧି ପାଇଛି।
ଏହାର ପ୍ରଭାବ ଦୈନିକ ଅମୁଲ୍ କ୍ଷୀର ବ୍ୟବହାର କରୁଥିବା ପରିବାରର ମାସିକ ବଜେଟ୍ ଉପରେ ପଡ଼ିବ। ଚା’, କଫି, ପିଲାଙ୍କ ପାଇଁ କ୍ଷୀର ଏବଂ ଅନ୍ୟାନ୍ୟ ଆବଶ୍ୟକତା ଲାଗି କ୍ଷୀର କିଣୁଥିବା ଲୋକଙ୍କୁ ଏଣିକି ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ।
ନ୍ୟୁଜ ଏଜେନ୍ସି ଏଏନ୍ଆଇ ଅନୁସାରେ, ଅମୁଲ କ୍ଷୀରର ଦାମ୍ରେ ବୃଦ୍ଧି ଅଲଗା ଅଲଗା ଭେରାଇଟି ହିସାବରେ ହେବ। ଟୋନଡ୍ କ୍ଷୀର ୨ ଟଙ୍କା, ଫୁଲ୍ କ୍ରୀମ୍ କ୍ଷୀର ୪ଟଙ୍କା ଓ ଫୁଲ୍ କ୍ରିମ୍ ମଇଁଷି କ୍ଷୀର ୬ଟଙ୍କା ପ୍ରତି ଲିଟର ମହଙ୍ଗା ହେବ। ଉଲ୍ଲେଖନୀୟ ଯେ, କ୍ଷୀର ଦାମ୍ ବଢିବା ପଛରେ ଏହାର ସପ୍ଲାଇରେ ଅଭାବ, ପଶୁଙ୍କ ଚାରାର ବଢୁଥିବା ଦାମ୍ ଓ କ୍ଷୀରରୁ ମିଳୁଥିବା ଫ୍ୟାଟ୍ ମହଙ୍ଗା ହେବା ଏହାର କାରଣ କୁହାଯାଇଛି।
ମଦର ଡାଏରୀ ଦିଲ୍ଲୀ-ଏନସିଆରରେ ସବୁଠାରୁ ବଡ଼ କ୍ଷୀର ଯୋଗାଣକାରୀ ମଧ୍ୟରୁ ଗୋଟିଏ। ଏହି କମ୍ପାନୀ ବିଭିନ୍ନ ବଜାରରେ ଦୈନିକ ୫୦ ଲକ୍ଷ ଲିଟରରୁ ଅଧିକ କ୍ଷୀର ବିକ୍ରି କରେ। ସାଧାରଣତଃ ଶୀତଦିନେ କ୍ଷୀର ଉତ୍ପାଦନ ବୃଦ୍ଧି ପାଏ, ଯାହା ଫଳରେ ବଜାରରେ ଭଲ ସପ୍ଲାଇ ହୁଏ। ତଥାପି, ଏଥର ଡାଏରୀ ସେକ୍ଟରରେ କ୍ଷୀର ଉପଲବ୍ଧତାକୁ ନେଇ ଚାପ ଅନୁଭବ କରୁଛି।
Powered by Froala Editor