କେଉଁଠି ଖର୍ଚ୍ଚ କରିବେ, ନ କରିବେ ଜାଣନ୍ତୁ .....

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ର ଆଜି ବି ପ୍ରାସଙ୍ଗିକ। ଏଥିରେ ଜୀବନକୁ ସରଳ କରିବା ଲାଗି ଅନେକ ନୀତି ବିଷୟରେ ବର୍ଣ୍ଣନା କରାଯାଇଛି। ସେଥିରୁ ଗୋଟିଏ ହେଲା ଧନ ଖର୍ଚ୍ଚ କରିବା। ଚାଣକ୍ୟ କୁହନ୍ତି, କେଉଁଠି ଖର୍ଚ୍ଚ କରିବେ, ନ କରିବେ ତାହା ଜାଣି ରଖିବା ଉଚିତ।
ରୋଗୀଙ୍କୁ ସହାୟତା: ଚାଣକ୍ୟ କୁହନ୍ତି ଗରିବ ରୋଗଗ୍ରସ୍ଥ ଲୋକଙ୍କ ସହାୟତା କରିବା ଲାଗି ଯେତିକି ହୋଇପାରିବ କରନ୍ତୁ। ଏଭଳି କରିଲେ ଭଗବାନ ପ୍ରସନ୍ନ ହୋଇଥାନ୍ତି।
ଦରିଦ୍ରଙ୍କୁ ସହାୟତା: ସର୍ବଦା ଗରିବ ଏବଂ ଆବଶ୍ୟକତା ଲୋକଙ୍କ ସହାୟତା କରିବା ଉଚିତ। ଚାଣକ୍ୟ କୁହନ୍ତି, ଏପରି କଲେ ପୂଣ୍ୟ ମିଳେ। ଏଥିପାଇଁ ଆପଣ ଗରିବ ଶିଶୁଙ୍କ ଶିକ୍ଷାରେ ଧନ ଖର୍ଚ୍ଚ କରିପାରିବେ।
ସାମାଜିକ କାର୍ଯ୍ୟ: ଚାଣକ୍ୟ କୁହନ୍ତି, ଯାହା ବି ରୋଜଗାର କର ତାର କିଛି ଅଂଶ ସାମାଜିକ କାର୍ଯ୍ୟରେ ଲଗାଇବା ଉଚିତ। ଏହାଛଡ଼ା ଡାକ୍ତରଖାନା ଏବଂ ସ୍କୁଲ ଆଦିକୁ ଦାନ କରିପାରିବେ। ଏହାଦ୍ୱାରା ସୌଭାଗ୍ୟ ବୃଦ୍ଧି ପାଇଥାଏ।
ଧର୍ମସ୍ଥଳ ପାଇଁ ଦାନ: ଚାଣକ୍ୟ କୁହନ୍ତି ଧର୍ମ ସ୍ଥଳରେ ଦାନ କରିବା ଦ୍ୱାରା ଜୀବନରେ ସକରାତ୍ମକତା ବୃଦ୍ଧି ପାଇଥାଏ।
Powered by Froala Editor