ଆସାମରେ ୫.୮ ତୀବ୍ରତାର ଭୂମିକମ୍ପ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଆସାମ ଗସ୍ତରେ ଥିବାବେଳେ ୫.୮ ତୀବ୍ରତାର ଭୂମିକମ୍ପ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୮ ରହିଥିବା ସୂଚନା ମିଳିଛି। ଭୂକମ୍ପର ପ୍ରଭାବ ପଶ୍ଚିମବଙ୍ଗ ଏବଂ ଭୁଟାନ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ତେବେ ଏଥିରେ କୌଣସି ମୃତାହତ ହୋଇଥିବା କିମ୍ବା କ୍ଷୟକ୍ଷତି ହୋଇଥିବା ନେଇ ସୂଚନା ମିଳିନାହିଁ। ହେଲେ ଘରର ଆସବାବପତ୍ର ଦୋହଲିବା କାରଣରୁ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଥିଲେ।
ସ୍ଥାନୀୟ ଅଧିକାରୀମାନେ କହିଛନ୍ତି ଯେ ଅପରାହ୍ଣ ୪ଟା ୪୧ ମିନିଟ ସମୟରେ ଏହି ଭୂମିକମ୍ପ ଆସିଥିଲା । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଆସାମର ଅନ୍ୟ ଏକ ଜିଲ୍ଲା ଉଦଲଗୁରିରେ ଭୂପୃଷ୍ଠରୁ ପାଞ୍ଚ କିଲୋମିଟର ଗଭୀରତାରେ ରେକର୍ଡ କରାଯାଇଛି। ଆସାମ ବ୍ୟତୀତ ଭୁଟାନ ଏବଂ ପଶ୍ଚିମବଙ୍ଗର ଉତ୍ତର ଭାଗରେ ମଧ୍ୟ ଏହି ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା।
ଏହା ପୂର୍ବରୁ ୨ ସେପ୍ଟେମ୍ବରରେ ମଧ୍ୟ ଆସାମରେ ଏକ ଭୂମିକମ୍ପ ଆସିଥିଲା । ତାହାର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ଥିଲା ।
Powered by Froala Editor