୫, ୧୦, ୨୦ ଟଙ୍କିଆ ସାମଗ୍ରୀ ମୂଲ୍ୟ କମିବ ନାହିଁ

ଦ୍ରବ୍ୟ ଓ ସେବା ଟିକସ (ଜିଏସ୍ଟି) ହ୍ରାସ ସତ୍ତ୍ୱେ ଲୋକପ୍ରିୟ କମ୍ ମୂଲ୍ୟରେ ଉପଲବ୍ଧ ପ୍ୟାକେଟ୍ ସାମଗ୍ରୀ ଯଥା ୫ ଟଙ୍କିଆ ବିସ୍କୁଟ୍, ୧୦ ଟଙ୍କିଆ ସାବୁନ୍ ଓ ୨୦ ଟଙ୍କିଆ ଟୁଥ୍ପେଷ୍ଟ ଦାମ୍ କମାଯାଇପାରିବ ନାହିଁ। ଯେତେବେଳେ ଏଗୁଡ଼ିକ ଉପରେ ଟିକସ ହାର ହ୍ରାସ କରାଯାଇଛି, ଯାହା ପରେ ସେମାନଙ୍କର ମୂଲ୍ୟ ହ୍ରାସ ପାଇବା ଉଚିତ ଥିଲା। କମ୍ପାନୀଗୁଡ଼ିକ ଯୁକ୍ତି ବାଢିଛନ୍ତି ଯେ ଗ୍ରାହକମାନେ ସ୍ଥିର ମୂଲ୍ୟରେ ଏହି ସାମଗ୍ରୀ କିଣିବାରେ ଅଭ୍ୟସ୍ତ। ଯଦି ସେମାନଙ୍କର ମୂଲ୍ୟ ୯ ଟଙ୍କା କିମ୍ବା ୧୮ ଟଙ୍କାକୁ ହ୍ରାସ କରାଯାଏ, ତେବେ ଏହା ଗ୍ରାହକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି କରିବ ଏବଂ କାରବାରରେ ଅସୁବିଧା ହେବ।
ଏହା ବଦଳରେ ମୂଲ୍ୟ ସମାନ ରଖି ପ୍ୟାକେଟ୍ ଭିତରେ ପରିମାଣ ବଢ଼ାଇବାକୁ କମ୍ପାନୀଗୁଡ଼ିକ କେନ୍ଦ୍ରୀୟ ପରୋକ୍ଷ ଟିକସ୍ ଓ ସୀମାଶୁଳ୍କ ବୋର୍ଡ (ସିବିଆଇସି)କୁ କହିଛନ୍ତି। ଉଦାହରଣ ସ୍ବରୂପ ୨୦ ଟଙ୍କିଆ ବିସ୍କୁଟ୍ ପ୍ୟାକେଟ୍ରେ ପୂର୍ବାପେକ୍ଷା ଅଧିକ ଗ୍ରାମ୍ ବିସ୍କୁଟ୍ ସମାନ ମୂଲ୍ୟରେ ଉପଲବ୍ଧ ହେବ।
ତଥାପି, ଅର୍ଥ ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି ଯେ ସେମାନେ ସମଗ୍ର ମାମଲା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ରିପୋର୍ଟରେ ଆହୁରି କୁହାଯାଇଛି ଯେ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଜାରି କରିବାକୁ ମଧ୍ୟ ବିଚାର କରୁଛି ଯାହା ଦ୍ୱାରା ପ୍ରକୃତ ଅର୍ଥରେ ଲୋକଙ୍କ ପାଖରେ ସୁବିଧା ପହଞ୍ଚିପାରିବ।
Powered by Froala Editor