ମମତା ଆଣିଲେ ବଡ଼ ଅଭିଯୋଗ: ରାଜନୈତିକ ଭାବେ ହଇରାଣ କରିବାକୁ ଶୁଭେନ୍ଦୁଙ୍କ ଧମକ
କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ବଡ଼ ଅଭିଯୋଗ ଲଗାଇଛନ୍ତି। ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କଲେ ଘରୁ ବାହାରକୁ ବାହାରିବାକୁ ଦିଆଯିବନି ଓ ଗୃହବନ୍ଦୀ କରି ରଖାଯିବ ସହିତ ରାଜନୈତିକ ଭାବେ ହଇରାଣ କରିବାକୁ ଶୁଭେନ୍ଦୁ ଧମକ ଦେଇଥିବା ମମତା କହିଛନ୍ତି। ସେ ଶୁଭେନ୍ଦୁଙ୍କ ଏକ ଭିଡିଓ ମଧ୍ୟ ଦେଖାଇଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ ମମତା ଫେସବୁକରେ ସୀମିତ ରୁହନ୍ତୁ। ତାଙ୍କୁ ରାସ୍ତାକୁ ବାହାରିବାକୁ ଦେବୁନି। ଏହା ପୂର୍ବରୁ ମମତା କହିଥିଲେ ଯେ ସେ ରାଜନୀତିରୁ ସନ୍ନ୍ୟାସ ନେବେ ନାହିଁ। ବିଜେପିକୁ ରାସ୍ତାକୁ ନ ଆଣିବା ପର୍ଯ୍ୟନ୍ତ ସେ ଅଟକିବେ ନାହିଁ।
Powered by Froala Editor