୮ ଘଣ୍ଟାର ଅପରେସନ ସଫଳ, ୪ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀକୁ ପୁଲିସର ଏନକାଉଣ୍ଟର
ନୂଆଦିଲ୍ଲୀ: ୮ ଘଣ୍ଟାର ଅପରେସନ ସଫଳ । ହତ୍ୟାକାରୀକୁ ଏନକାଉଣ୍ଟର କରିଛି ପୁଲିସ୍ । ଉତ୍ତରପ୍ରଦେଶ ଆଜମଗଡ଼ରେ ୪ ଜଣଙ୍କୁ ହତ୍ୟା କରିଥିବା ହତ୍ୟାକାରୀ ଅରବିନ୍ଦ ସିଂକୁ ଏନକାଉଣ୍ଟର ହୋଇଛି । ୮ ଘଣ୍ଟାର ଅପରେସନ ପରେ ପୁଲିସ ଗୁଳିରେ ହତ୍ୟାକାରୀର ମୃତ୍ୟୁ ହୋଇଛି । ହତ୍ୟାକାରୀର ୨ ଶିଶୁ ଉଦ୍ଧାର ହୋଇଛନ୍ତି । ସ୍ତ୍ରୀ ଓ ୧୦ ବର୍ଷର ପୁଅ ସହ ୨ ପୂଜାରୀଙ୍କୁ ଗୁଳି କରି ହତ୍ୟା କରିଥିଲା ଅରବିନ୍ଦ ସିଂହ । ଘରେ ପୂଜା ଚାଲିଥିବା ବେଳେ ପ୍ରଥମେ ସ୍ତ୍ରୀ ଓ ୨ ପୂଜାରୀଙ୍କୁ ଗୁଳି କରିଥିଲା। ନିଜର ୧୦ ବର୍ଷର ପୁଅ ଓ ୨ ଛୁଆଙ୍କୁ ବନ୍ଧକ କରି ରଖିଥିଲା । ପରେ ୧୦ ବର୍ଷର ପୁଅକୁ ଗୁଳି କରିବା ପରେ କବାଟ ଭାଙ୍ଗି ପୁଲିସ ଏନ୍କାଉଣ୍ଟର କରିଛି ।
ଅଭିଯୁକ୍ତ ଅରବିନ୍ଦ ସିଂ ପ୍ରଥମେ ତାଙ୍କ ପତ୍ନୀ, ଘରକୁ ଆସିଥିବା ଦୁଇ ପୁରୋହିତ ଏବଂ ପରେ ତାଙ୍କ ନିରୀହ ପୁଅକୁ ହତ୍ୟା କରିଥିଲା। ମଙ୍ଗଳବାର ସନ୍ଧ୍ୟାରେ ପୂଜା କରୁଥିବା ସମୟରେ ତାଙ୍କ ପତ୍ନୀ ବବିତା ସିଂହ ଏବଂ ଦୁଇ ପୂଜାରୀ (ମହେନ୍ଦ୍ର ପାଠକ ଏବଂ ଅଖିଳେଶ ମିଶ୍ର)ଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଅରବିନ୍ଦ ସିଂର ପୁଲିସ ଏନକାଉଣ୍ଟରରେ ମୃତ୍ୟୁ ଘଟିଛି । ଏଥି ସହିତ ବନ୍ଧକ ସମୟରେ ଅଭିଯୁକ୍ତ ବାପାଙ୍କ ଗୁଳିରେ ଗୁରୁତର ଆହତ ହୋଇଥିବା ତାଙ୍କର ନିରୀହ ଶିଶୁ (୪ ବର୍ଷ) ମଧ୍ୟ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ପୁଲିସ ତଦନ୍ତରୁ ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ଅରବିନ୍ଦ ସିଂ କିଛି ଦିନ ହେବ ବନାରସରେ ମାନସିକ ରୋଗରେ ପୀଡିତ ଥିଲା । ପରିବାର ବିଶ୍ୱାସ କରୁଥିଲେ ଯେ, ଅରବିନ୍ଦ ତାଙ୍କ ମୃତ ବଡ ଭାଇ ସୁନୀଲ ସିଂଙ୍କ ଆତ୍ମା ଧାରଣ କରିିଛି। ଏହି ଅନ୍ଧବିଶ୍ୱାସ ଯୋଗୁଁ ତାଙ୍କ ମା' ସୌମଦେବୀ (୭୦) ଏବଂ ପତ୍ନୀ ବବିତା ସିଂ (୪୦) ୪ ଦିନ ଧରି ଘରେ ଏକ ସ୍ୱତନ୍ତ୍ର ତନ୍ତ୍ର ପୂଜା ଏବଂ ରୀତିନୀତି କରିଥିଲେ ।
Powered by Froala Editor