ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଗଭୀର ଅବପାତର ତୀବ୍ରତା ବଜାୟ ରଖିବା ସମ୍ଭାବନା
ନୂଆଦିଲ୍ଲୀ: ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ଥିବା ଗଭୀର ଅବପାତ (Deep Depression) ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୩ କିଲୋମିଟର ବେଗରେ ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିଛି। ଏହା ୨୩ ସେପ୍ଟେମ୍ବର ରାତି ୧୧ଟାରୁ ୨୪ ସେପ୍ଟେମ୍ବର ୨୦୨୬ ରାତି ୧ଟା ମଧ୍ୟରେ କଳିଙ୍ଗପଟ୍ଟଣମ ଦକ୍ଷିଣ-ପଶ୍ଚିମ ନିକଟବର୍ତ୍ତୀ ଅଞ୍ଚଳ ଦେଇ ଉପକୂଳ ଅତିକ୍ରମ କରିଛି।
ଏହାପରେ ଗଭୀର ଅବପାତଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୪ ସେପ୍ଟେମ୍ବର ସକାଳ ୫ଟା ୩୦ ମିନିଟରେ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ୧୮.୩ଓ ଉତ୍ତର ଅକ୍ଷାଂଶ ଏବଂ ୮୩.୭ଓ ପୂର୍ବ ଦ୍ରାଘିମାରେ କେନ୍ଦ୍ରୀଭୂତ ଥିଲା।
ଏହା କଳିଙ୍ଗପଟ୍ଟଣମର ପ୍ରାୟ ୫୦ କିଲୋମିଟର ପଶ୍ଚିମ, ବିଶାଖାପଟ୍ଟଣମର ପ୍ରାୟ ୮୦ କିଲୋମିଟର ଉତ୍ତର-ଉତ୍ତରପୂର୍ବ ଏବଂ ଓଡ଼ିଶାର ଗୋପାଳପୁରର ପ୍ରାୟ ୧୭୦ କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଥିଲା।
ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଗଭୀର ଅବପାତଟି ପ୍ରଥମେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଆସନ୍ତା ୧୨ ଘଣ୍ଟା ପର୍ଯ୍ୟନ୍ତ ଗଭୀର ଅବପାତର ତୀବ୍ରତା ବଜାୟ ରଖିବାର ସମ୍ଭାବନା ରହିଛି। ଏହାପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ ଏବଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଧୀରେ ଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି।
Powered by Froala Editor