ଡିଜେ ସାଉଣ୍ଡ୍ ଭୟଙ୍କର ଶବ୍ଦରେ ଛାତ୍ରୀଙ୍କୁ ହୃଦଘାତ
ଡିଜେ ସାଉଣ୍ଡ୍ ଭୟଙ୍କର ଶବ୍ଦରେ ୨ୟ ଶ୍ରେଣୀ ଛାତ୍ରୀ ଟଳିପଡ଼ିଲେ । ଉତ୍ତରପ୍ରଦେଶର ବଲରାମପୁରର ଏକ ଘରୋଇ ସ୍କୁଲ୍ର ପ୍ରଥମ ମହଲାରେ ଚାଲିଥିଲା କ୍ଲାସ୍। ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ବୈଷ୍ଣବୀ ତିୱାରୀ ଅନ୍ୟ ପିଲାଙ୍କ ସହ କଥା ହେଉଥିଲେ। ଠିକ୍ ସେହି ସମୟରେ ସ୍କୁଲ୍ ବାହାର ରାସ୍ତାରେ ଯାଉଥିଲା ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ଡିଜେ ଶବ୍ଦ ବଢ଼ିବା ସହ କିଛି ପିଲା ଝରକା ଓ କବାଟ ଆଡ଼କୁ ଦେଖୁଥିଲେ। ଏହି ସମୟରେ ବୈଷ୍ଣବୀ ଚେୟାରରେ ଟଳିପଡ଼ୁଛନ୍ତି। ପରିବାର ଓ ସ୍କୁଲ୍ ପକ୍ଷରୁ ଦାବି ହୋଇଛି ଯେ, ଅତ୍ୟଧିକ ଡିଜେ ଶବ୍ଦ ଓ କମ୍ପନ ପରେ ଝିଅଟିର ଅବସ୍ଥା ବିଗିଡ଼ିଥିଲା। ତାକୁ ତିନିଥର ହୃଦଘାତ ହୋଇଥିବା ପରିବାର ଦାବି କରିଛି। ତେବେ ଡିଜେ ଶବ୍ଦ ହିଁ ମୃତ୍ୟୁର କାରଣ କି ନାହିଁ, ତାହା ଏଯାଏ ନିଶ୍ଚିତ ହୋଇନାହିଁ।
ଡିଜେର ଏହି ଉଚ୍ଚଶବ୍ଦ ଯୋଗୁଁ ଜୀବନ ଚାଲିଯିବା ଘଟଣା ଓଡ଼ିଶାରେ ମଧ୍ୟ ସାମ୍ନାକୁ ଆସିଛି। ୨୦୨୫ରେ ପାରାଦୀପରେ ଯାତ୍ରା କଳାକାର ଦେବୀ ରଥଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲଗାତାର ଉଚ୍ଚଶବ୍ଦରେ ବାଜୁଥିବା ଡିଜେକୁ ଦାୟୀ କରିଥିଲେ। ୨୦୨୬ ଜୁନ୍ରେ ବଲାଙ୍ଗିରରେ ଜଣେ ୪୭ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିଲା।
Powered by Froala Editor