୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !
୯ ଅକ୍ଟୋବରରୁ ଆରମ୍ଭ ହେବ ଫ୍ଲିପକାର୍ଟର Big Billion Days Sale । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ସୂଚନା ଅନୁସାରେ, Flipkart Big Billion Days Sale ୨୦୨୬ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇପାରେ। ଜଣେ X ୟୁଜର ଫ୍ଲିପକାର୍ଟ ମୋବାଇଲ୍ ଆପ୍ର ଏକ ସ୍କ୍ରିନ୍ସଟ୍ ସେୟାର କରିଛନ୍ତି। ଏଥିରେ ବିଗ୍ ବିଲିଅନ ଡେଜ୍ ସେଲ୍ ୨୦୨୬ର ଏକ କଥିତ ଟିଜର ଦେଖିବାକୁ ମିଳୁଛି।
ଫେଷ୍ଟିଭ୍ ସିଜନ୍ ଆସିବା ପୂର୍ବରୁ ଅନଲାଇନ୍ ସପିଂ କରୁଥିବା ଲୋକଙ୍କ ମଧ୍ୟରେ ବଡ଼ ସେଲ୍କୁ ନେଇ ଉତ୍ସାହ ବଢ଼ିଯାଏ। ବିଶେଷକରି ସ୍ମାର୍ଟଫୋନ୍, ଇଲେକ୍ଟ୍ରୋନିକ୍ସ, ଟିଭି, ଲାପଟପ୍ ଓ ହୋମ୍ ଆପ୍ଲାଏନ୍ସ କିଣିବାକୁ ଅପେକ୍ଷା କରୁଥିବା ଗ୍ରାହକମାନେ କୁ ଚାହିଁ ରହିଥାନ୍ତି। ଏବେ ୨୦୨୬ର ଏହି ମେଗା ସେଲ୍କୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି।
ତେବେ ଏହି ତାରିଖକୁ ନେଇ ଫ୍ଲିପକାର୍ଟ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ଘୋଷଣା ହୋଇନାହିଁ। ତେଣୁ ତାରିଖରେ ପରିବର୍ତ୍ତନ ହେବାର ସମ୍ଭାବନା ମଧ୍ୟ ରହିଛି। ସ୍କ୍ରିନ୍ସଟ୍ ଅନୁସାରେ, ସେଲ୍ ଅକ୍ଟୋବର ୯ରୁ ଆରମ୍ଭ ହୋଇପାରେ। ତେବେ Flipkart Plus ମେମ୍ବରଙ୍କୁ ଗୋଟିଏ ଦିନ ପୂର୍ବରୁ, ଅର୍ଥାତ୍ ଅକ୍ଟୋବର ୮ରୁ ଅର୍ଲି ଆକ୍ସେସ୍ ମିଳିପାରେ। ବ୍ୟାଙ୍କ ଅଫର୍ ଅନୁସାରେ, ଯୋଗ୍ୟ Axis Bank ଓ ICICI Bank କାର୍ଡରେ ପେମେଣ୍ଟ କଲେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଇନଷ୍ଟାଣ୍ଟ ଡିସକାଉଣ୍ଟ ମିଳିପାରେ।
Powered by Froala Editor