ବିନା ମୋଜାରେ ଜୋତା ପିନ୍ଧିଲେ ଶରୀର ଉପରେ ପଡିଥାଏ କୁପ୍ରଭାବ
ବିନା ମୋଜାରେ ଜୋତା ପିନ୍ଧିଲେ ପାଦରୁ ଦୁର୍ଗନ୍ଧ ବାହାରେ ବୋଲି ସମସ୍ତେ ଜାଣନ୍ତି। ହେଲେ ଆପଣ ଜାଣନ୍ତି କି ବିନା ମୋଜାରେ ଜୋତା ପିନ୍ଧିଲେ ଆପଣଙ୍କ ଶରୀର ଉପରେ ଏହାର କୁପ୍ରଭାବ ପଡ଼ିଥାଏ? କଲେଜ ଅଫ୍ ପୋଡିୟାଟ୍ରି ଅନୁଯାୟୀ ଏହି ନୂଆ ଫ୍ୟାସନ୍ ଟ୍ରେଣ୍ଡରେ ପୁରୁଷଙ୍କୁ ଫଙ୍ଗଲ୍ ଇନ୍ଫେକ୍ସନ୍ ହୋଇପାରେ। ବିଶେଷଜ୍ଞଙ୍କ ଅନୁଯାୟୀ ୧୮ ରୁ ୨୫ ବର୍ଷ ବୟସର ପୁରୁଷଙ୍କ କ୍ଷେତ୍ରରେ ବିନା ମୋଜା ଏବଂ ଖରାପ ଫିଟିଂର ଜୋତା ପିନ୍ଧିବା ଦ୍ୱାରା ଅନେକ ରୋଗ ଦେଖିବାକୁ ମିଳୁଛି।
ବିଷେଜ୍ଞଙ୍କ ଅନୁଯାୟୀ ସାଧାରଣତଃ ଗୋଟେ ଦିନରେ ପାଦରୁ ୩୦୦ ମିଲିଲିଟର ପାଣି ବାହାରିଥାଏ। ତେଣୁ ଏହାଠୁ ଅଧିକ ଝାଳ ବାହାରିବା ବହୁତ ଖରାପ। ଏପରି ହେବା ଦ୍ୱାରା ଆପଣଙ୍କ ପାଦରେ ଫଙ୍ଗଲ୍ ଇନ୍ଫେକ୍ସନ୍ ହୋଇଯିବ।
. ଧ୍ୟାନ ଦିଅନ୍ତୁ ଆପଣ ଯେପରି ବହୁତ କମ୍ ସମୟ ପାଇଁ ବିନା ମୋଜାରେ ଜୋତା ପିନ୍ଧୁଛନ୍ତି।
. ଜୋତା ପିନ୍ଧିବା ପୂର୍ବରୁ ପାଦରେ ଆଣ୍ଟିପରସ୍ପ୍ରେଣ୍ଟ ସ୍ପ୍ରେ କରନ୍ତୁ।
. ଏହାଛଡ଼ା ଆପଣଙ୍କ ପାଦରେ ଯଦି ଯନ୍ତ୍ରଣା ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
Powered by Froala Editor